ଦେଶ- ବିଦେଶ

ସୋମବାର ସ୍କୁଲ ବନ୍ଦ ଘୋଷଣା

ଦିଲ୍ଲୀ,: ଦୁଇଦିନ ହେଲା ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ ରାସ୍ତା ଜଳମଗ୍ନ ହୋଇଯାଇଛି। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ସୋମବାର ଦିଲ୍ଲୀର ସମସ୍ତ ସ୍କୁଲ୍‌ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘୋଷଣା କରିଛନ୍ତି।

ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ୍‌ର ପାଚେରି ଭୁଶୁଡ଼ି ପଡ଼ିଛି। ଏନେଇ ସମସ୍ତ ସରକାରୀ ସ୍କୁଲ୍‌ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାକୁ ମନ୍ତ୍ରୀ ଅତିଶି ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ, ସ୍କୁଲ୍‌ ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ହିମାଚଳପ୍ରଦେଶ ସରକାର ମଧ୍ୟ ମଙ୍ଗଳବାର ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *