ଦେଶ- ବିଦେଶ

ଗିରଫ ହେଲେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପଞ୍ଜାବ ଭିଜିଲାନ୍ସ ଟିମ ରବିବାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନିଙ୍କୁ ୨୦୧୬ରୁ ନେଇ ୨୦୨୨ ମଧ୍ୟରେ ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଗିରଫ କରିଛି।

ଭିଜିଲାନ୍ସ ଟିମର ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନି‌ର୍ଦ୍ଦେଶରେ ଦୁର୍ନୀତି ବିରୋଧରେ ଚାଲିଥିବା ଅଭିଯାନ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।୨୦୧୬ ଏପ୍ରିଲ ୧ରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାରର ଆୟ ୪,୫୨,୧୮,୭୭୧ଟଙ୍କା ଥିବା ବେଳେ ଖର୍ଚ୍ଚ ରାଶି ୧୨,୪୮,୪୨,୬୯୨ ଥିଲା। ଏମିତି କି ଓପି  ୨୦୧୬ରୁ ୨୦୨୨ ମଧ୍ୟରେ ଅନେକ ସମ୍ପତି ତାଙ୍କ ସ୍ତ୍ରୀ ସୁମନ ସୋନି ଓ ପୁଅ ରାଘବ ସୋନିଙ୍କ ନାମରେ କରିଥିଲେ।

ଏହି ଯାଞ୍ଚ ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓପି ସୋନି ବିରୋଧରେ ଅମୃତସର ରେଞ୍ଜର ପୁଲିସ ଷ୍ଟେସନ ଭିଜିଲାନ୍ସ ବ୍ୟୁରୋରେ ଦୁର୍ନୀତି ନିବାରଣ ଅଧିନିୟମର ଧାରା ୧୩(୧)(ବି) ଓ ୧୩(୨) ଅଧୀନରେ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଆଗକୁ ବି ଯାଞ୍ଚ ଜାରି ରହିବ।

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ସୋନି ବିରୋଧରେ ଅନେକ ଦିନ ଧରି ଯାଞ୍ଚ ଚାଲିଥିଲା। ତାଙ୍କ ବିରୋଧରେ ନଭେମ୍ବର ୮ ତାରିଖରେ ଚଣ୍ଡୀଗଡ଼ରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗରେ କୁହାଯାଇଥିଲା କି, ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଓମପ୍ରକାଶ କଂଗ୍ରେସ ସରକାରର କାର୍ଯ୍ୟାଳୟ ସମୟରେ ନିଜ ପଦର ଅବବ୍ୟବହାର କରି ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ।

Leave a Reply

Your email address will not be published. Required fields are marked *