ମୁଖ୍ୟ ଖବର

ବଜ୍ରାଘାତରେ ମା-ପୁଅଙ୍କର ମୃତ୍ୟୁ

ଜୟପୁର: ବଜ୍ରାଘାତରେ ମା ଓ ପୁଅ ମୃତ। ଏଭଳି ଘଟଣା ଘଟିଛି ବୋରିଗୁମ୍ମାବ୍ଲକର ଅଂଚଳା ଗାଁରେ। ଘଟଣାରୁ ପ୍ରକାଶ ଯେ ଆଜି ଅଂଚଳା ଗାଁର ଲିଙ୍ଗରାଜ ହାଲବା ନିଜ ସ୍ତ୍ରୀ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା ମିଶି ନିଜ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିଲେ। ହଠାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ଲିଙ୍ଗରାଜ ବିଲରୁ ଚାଲିଆସି ଏକ ସୁରକ୍ଷିତ ସ୍ଥାନରେ ଥିଲେ | ହେଲେ ତାଙ୍କ ସ୍ତ୍ରୀ ଦୁରୁବତୀ ଓ ପୁଅ ଦୀପକ ଜମିରୁ ଆସିବାବେଳେ ବଜ୍ରପାତ ହୋଇଥିଲା ।ଉଭୟ ସ୍ତ୍ରୀ ଓ ପୁଅ ଅଚେତ ହୋଇ ଚାଷ ଜମିରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ସେଠାରୁ ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା | ହେଲେ ମେଡ଼ିକାଲରେ ଉଭୟ ମା ଓ ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମାତ୍ର କେଇ ମୂହୁର୍ତ୍ତ ମଧ୍ୟରେ ଲିଙ୍ଗରାଜଙ୍କ ଆଖି ଆଗରେ ହିଁ ତାଙ୍କ ପରିବାର ଉଜୁଡି ଯାଇଥିବାବେଳେ ଏହାକୁ ନେଇ ଭାଙ୍ଗି ପଡିଛନ୍ତି ଲିଙ୍ଗରାଜ। ମୃତ ପୁଅ ଦୀପକଙ୍କ ବୟସ ୨୦ ହୋଇଥିବାବେଳେ ସେ ଯୁକ୍ତ ଦୁଇରେ ପାଠ ପଢୁଥିଲେ ଓ ବାପା, ମା ଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *