ଦେଶ- ବିଦେଶ

ସଡ଼କ ଦୁର୍ଘଟଣା: ଚାଲିଗଲା ୮ ଜୀବନ

ପ୍ରତାପଗଡ, : ଉତ୍ତରପ୍ରଦେଶର ପ୍ରତାପଗଡର ଲୀଲାପୁରରେ ସୋମବାର ଏକ ବଡ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଟ୍ୟାଙ୍କର ସହ ଅଟୋ ଧକ୍କା ହେବାରୁ ୮ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନେକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ମେଡିକାଲ କଲେଜକୁ ପଠାଯାଇଛି। ଘଟଣାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଏହି ଘଟଣା ଲୀଲାପୁରର ମୋହନଗଞ୍ଜ ବଜାରରେ ଘଟିଛି। ଅଟୋ ପ୍ରତାପଗଡ ପାର୍ଶ୍ୱରୁ ଯାଉଥିଲା ଏବଂ ଟ୍ୟାଙ୍କର୍‌ ମୋହନଞ୍ଜ ପାର୍ଶ୍ୱରୁ ଆସୁଥିଲା। ଦ୍ରୁତ ଗତିରେ ଆସୁଥିବା ଟ୍ୟାଙ୍କର୍‌ ଅଟୋକୁ ଧକ୍କା ଦେଇଥିଲା। ଅଟୋରେ ଥିବା ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ। ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ପରେ ଟ୍ୟାଙ୍କରର ଗ୍ୟାସ ଲିକ ହୋଇଛି। ଏହା ପରେ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ସୂଚନା ପାଇବା ପରେ ପୋଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଇଥିଲା।

Leave a Reply

Your email address will not be published. Required fields are marked *