ମନୋରଞ୍ଜନ

ଦ୍ବିତୀୟ ବିବାହ କରିବେ ସଚିନ ଶ୍ରଫ୍

ମୁମ୍ବାଇ: ଦ୍ବିତୀୟ ବିବାହ କରିବେ ଟେଲି ଅଭିନେତା ସଚିନ ଶ୍ରଫ୍ । ପ୍ରଥମ ବିବାହ ବିଫଳ ହେବା ପରେ ଏବେ ସଚିନ ଦ୍ବିତୀୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିବାହ ପୂର୍ବରୁ ସଚିନ ଫେବ୍ରୁଆରି ୨୪ରେ ଏକ କକଟେଲ ପାର୍ଟୀ ଦେଇଥିଲେ, ଯେଉଁଥିରେ ଟେଲିଭିଜନ ଜଗତର ଅନେକ କଳାକାର ନଜର ଆସିଥିଲେ। କିଛି ଦିନ ହେଲାଣି ସଚିନଙ୍କ ଭାବିପତ୍ନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସେ କାହାକୁ ବିବାହ କରିବେ ସେନେଇ ତାଙ୍କ ପ୍ରଶଂସକ ଦ୍ବନ୍ଦ୍ବରେ ଥିବା ବେଳେ ଏବେ ତାଙ୍କ ଭାବିପତ୍ନୀଙ୍କ ପରିଚୟ ମିଳିଛି।କୁହାଯାଉଛି ଯେ, ସଚିନ ନିଜ ଭଉଣୀଙ୍କ ସାଙ୍ଗଙ୍କୁ ବିବାହ କରୁଛନ୍ତି। ଏହା ଏକ ପ୍ରସ୍ତାବିତ ବିବାହ। ସଚିନଙ୍କ ଛାଡପତ୍ର ପରେ ଦୁହିଁଙ୍କ ପରିବାର ଏହି ବିବାହ ସ୍ଥିର କରିଛନ୍ତି। ତାଙ୍କ ଭାବିପତ୍ନୀଙ୍କ ନାଁ ଚାନ୍ଦନୀ କୋଠି ବୋଲି ଜଣାପଡ଼ିଛି।

ଏହା ପୂର୍ବରୁ ସଚିନ ଶ୍ରଫ ବିଗ ବସ୍ ୫ ବିଜୟିନୀ ଜୁହି ପରମାରଙ୍କୁ ବିବାହ କରିଥିଲେ। ଫେବ୍ରୁଆରି ୧୫, ୨୦୦୯ରେ ରାଜସ୍ଥାନର ଜୟପୁରର ଏକ ମହଲରେ ଦୁହିଁଙ୍କ ବିବାହ ହୋଇଥିଲେ। ଏହା ପରେ ଜାନୁଆରି ୨୭, ୨୦୧୩ରେ ଦୁହିଁଙ୍କ ପ୍ରଥମ ସନ୍ତାନ ସମାଇରା ଜନ୍ମ ନେଇଥିଲେ। ହେଲେ ଝିଅ ଜନ୍ମ ହେବା ପରେ ହଠାତ୍ ଦୁହେଁ ଛାଡପତ୍ର ନେବାକୁ ଘୋଷଣା କରିଥିଲେ। ଛାଡପତ୍ର ପରେ ସମାଇରାଙ୍କ କଷ୍ଟଡି ଜୁହିଙ୍କ ପାଖକୁ ଯାଇଥିଲା।

Leave a Reply

Your email address will not be published. Required fields are marked *