ଦେଶ- ବିଦେଶ

କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,: ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଦିଲ୍ଲୀର ଆମ ଆଦମୀ ପାର୍ଟି(ଏଏପି) ସରକାର ରାଷ୍ଟ୍ରୀୟ ରାଜଧାନୀରେ ସେବା ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ରର ଅଧ୍ୟାଦେଶର ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଶୁଣାଣି ସମୟରେ ଦିଲ୍ଲୀ ସରକାରଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଅଧ୍ୟାଦେଶ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ସିଜେଆଇ କହିଛନ୍ତି ଯେ ଆମେ କେନ୍ଦ୍ରକୁ ନୋଟିସ ଜାରି କରୁଛୁ। ବିସ୍ତୃତ ଭାବରେ ଶୁଣିବାର ଆବଶ୍ୟକତା ଦର୍ଶାଇ ସିଜେଆଇ ୨ସପ୍ତାହ ପରେ ଶୁଣାଣି ପାଇଁ କହଛନ୍ତି। କୋର୍ଟ ଉପରାଜ୍ୟପାଳଙ୍କ ଓକିଲଙ୍କ ଅନୁରୋଧ କ୍ରମେ ତାଙ୍କୁ ଏହି ମାମଲାରେ ଏକ ପାର୍ଟି ମଧ୍ୟ କରିଥିଲେ।
ସିଂଘଭି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ଦୁଇଜଣ ଅଧିକାରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ କଥାବାର୍ତ୍ତା ବନ୍ଦ କରିପାରିବେ। ଏହାପରେ ମାମଲା ଉପରାଜ୍ୟପାଳଙ୍କ ନିକଟକୁ ପଠାଯିବ, ଯିଏ କି ସୁପର ସିଏମ ଭଳି, ଏହା ଉପରେ ରୋକ ଲଗାଇବା ଜରୁରୀ। ସେ କହିଛନ୍ତି ଯେ ଏହି ନିୟମ ଆଧାରରେ ୪୭୧ ଜଣଙ୍କୁ ସେମାନଙ୍କ ପଦବୀରୁ ହଟାଇ ଦିଆଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ଅକ୍ସଫୋର୍ଡ ଭଳି ବିଶ୍ୱବିଦ୍ୟାଳୟରୁ ଶିକ୍ଷିତ। ଏହା ଉପରେ ମଧ୍ୟ ଶୁଣାଣି ହେବା ଉଚିତ।

Leave a Reply

Your email address will not be published. Required fields are marked *