ମନୋରଞ୍ଜନ

ଉଲଗ୍ନ ହେବିନାହି: ନରଗିସ୍

ମୁମ୍ବାଇ: ଫିଲ୍ମ ରକଷ୍ଟାରରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ନରଗିସ୍ ଫକରୀ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବଶୀଘ୍ର ସେ ୱେବସିରିଜ୍ ତତଲୁବାଜରେ ନଜର ଆସିବେ। ଏଥିରେ ତାଙ୍କ ସହ ନଜର ଆସିବେ ଅଭିନେତା ଧୀରଜ ଧୁପର ଓ ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ। ତେବେ ଓଟିଟିରେ କାମ ଆରମ୍ଭ କରିବା ପୂର୍ବରୁ ନିଜ ପାଇଁ କିଛି ସୀମା ରେଖା ଟାଣିଥିବା କହିଛନ୍ତି ନଜଗିସ୍ ଫକରୀ।

ଓଟିଟିରେ ରିଲିଜ୍ ହେଉଥିବା ୱେବସିରିଜ୍ ନିଜ କାହାଣୀ ସହ ସେଥିରେ ଥିବା ଉତ୍ତେଜକ ଦୃଶ୍ୟ ପାଇଁ ଲୋକପ୍ରିୟ ହୋଇଥାଏ। ଫିଲ୍ମ ଓ ଧାରାବାହିକରେ କିଛିଟା ସୀମା ରେଖା ରହିଥିବା ବେ‌ଳେ ୱେବସିରିଜରେ ନିର୍ମତା ଖୁଲମ ଖୁଲା ଉତ୍ତେଜକ ଦୃଶ୍ୟ ଦେଖାଉଛନ୍ତି। ଏଭଳି ସ୍ଥିତିରେ ନରଗିସ ନିଜ ପାଇଁ ସୀମାରେଖା ଟାଣିଛନ୍ତି। ଓଟିଟିରେ କାମ କଲେ ବି ସେ କୌଣସି ଦୃଶ୍ୟ ପାଇଁ ଉଲଗ୍ନ ହେବେ ନାହିଁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ମୁଁ କୌଣସି ପ୍ରୋଜେକ୍ଟ ପାଇଁ ଉଲଗ୍ନ ହେବିନାହିଁ। ନଗ୍ନତାକୁ ମୁଁ ସମର୍ଥନ କରେନାହିଁ।

ତେବେ ନରଗିସଙ୍କ ଅଭିନୟ କ୍ୟାରିୟରକୁ ଦେଖିବାକୁ ଗଲେ ସେ ରକଷ୍ଟାର, ମେଁ ତେରା ହିରେ, ହାଉସଫୁଲ-୩, ଅଜହର, ଅମାବାସ୍, ଶିବ ଶାସ୍ତ୍ରୀ ବଲବୋଆ, ମାଡ୍ରାସ କେଫେ, ବା‌ଞ୍ଜୋ, ୫ୱେଡିଙ୍ଗସ, ଢ଼ିସୁମ, ସ୍ପାଏ, ତୋରବାଜ୍, ଫଟା ପୋଷ୍ଟର ନିକଲା ହିରୋ ଭଳି ଫିଲ୍ମରେ ନଜର ଆସିଛନ୍ତି। ବଲିଉଡରେ ଭଲ ଅଫର ମିଳୁନଥିବାରୁ ଏବେ ନରଗିସ୍ ଓଟିଟି ମୁହାଁ ହୋଇଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *