ରାଜନୀତି

ଚର୍ଚ୍ଚାରେ ଏରସମା – ବାଲିକୁଦା ନିର୍ବାଚନ ମଣ୍ଡଳୀର ପିନାକୀ ନାରାୟଣ ଦାସ

ଏରସମା – ଉପରିମହଲ ର ବିଶେଷ ସୂତ୍ର ରୁ ପ୍ରକାଶ ଉପକୂଳରେ ୬ଟି ଜିଲ୍ଲାରୁ ଏକମାତ୍ର କଂଗ୍ରେସ ଦଳର ଜିଲ୍ଲାପରିଷଦ ଭାବେ ବିଜୟ ହାସଲ କରି ଓଡ଼ିଶା ରାଜ୍ୟ ରାଜନୀତି ରେ ଚର୍ଚ୍ଚା ରେ ଥିବା ପିନାକୀ ନାରାୟଣ ଦାସଙ୍କୁ ନେଇ କଂଗ୍ରେସ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ଦେବ ମାଷ୍ଟର ଷ୍ଟ୍ରୋକ। ଏଥର ବିଧାୟକ ପାର୍ଥୀ ଭାବରେ ଦେଖିବାକୁ ମିଳିବ ସମସ୍ତଙ୍କ ଅତି ପ୍ରିୟ ଯୁବ ନେତୃତ୍ବ ତଥା ଦୃଢ଼ ସଂଗଠକ ପିନାକୀ ନାରାୟଣ ଦାସଙ୍କୁ। ଯାହାକି ବିରୋଧୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଥିଲା ବେଳେ ଏରସମା ବାଲିକୁଦା ନିର୍ବାଚନ ମଣ୍ଡଳୀ ର ସାଧାରଣ ଲୋକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଲୋକମାନଙ୍କର ସେବା କରିବା ପାଇଁ ସବୁବେଳେ ନିଜକୁ ଉତ୍ସଗିକୃତ କରିବି ବୋଲି କହିଛନ୍ତି ପିନାକୀ ନାରାୟଣ ଦାସ। ଦୀର୍ଘ ୨୩ବର୍ଷ ର ଶାସନ କାଳରେ ହୋଇଥିବା ଦୁର୍ନୀତି ସାଂଗକୁ ସାଧାରଣ ଲୋକ ମାନଙ୍କର ଯାହା ମୁଖ୍ୟ ଆବଶ୍ୟକତା ରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ, କୃଷିସମସ୍ୟା କୁ ମୁଖ୍ୟ ମୁଦା ନେ଼ଇ ଲୋକଙ୍କ ପାଖକୁ ଯିବେ।
ପିନାକୀ ନାରାୟଣ ଦାସଙ୍କୁ ନେଇ ବିଜେଡ଼ି ମହଲରେ ବେଶ୍ ଚର୍ଚ୍ଚା ଲାଗିରହିଥିବା ବେଳେ କହାକୁ ଦେବ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଟିକେଟ ସେ ନେଇ ଦ୍ବନ୍ଦ ରେ ପଡ଼ିଛି ବିଜେଡ଼ି।

Leave a Reply

Your email address will not be published. Required fields are marked *