ରାଜନୀତି

ବିଜେଡିର ସାଙ୍ଗଠୈନିକ ବୈଠକ


ନିମାପଡ଼ା :ଆଜି ନିମାପଡା ବ୍ଲକ ବଡ଼ଶିରିବିଳା ପଞ୍ଚାୟତ ବିଜେଡି କାର୍ଯ୍ୟକର୍ତାମାନଙ୍କ ସାଙ୍ଗଠନିକ ବୈଠକ ବ୍ଲକ ସଭାପତି ଅଶୋକ ସାହୁ ଙ୍କ ଅଧକ୍ଷତା ରେ ଗଙ୍ଗୁଆ ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ବିଧାୟକ ସମିର ରଞ୍ଜନ ଦାଶ ,ବ୍ଲକ ବିଜେଡି ସଭାପତି ଅଶୋକ ସାହୁ ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ ,ପର୍ଯ୍ୟବେକ୍ଷକ ନୃସିଂହ ରାଉତରାୟ ସରପଂଚ ଶାନ୍ତି ମହାରୀ ,ସମିତି ସଭ୍ୟ ପ୍ରହଲ୍ଲାଦ। ମାହାରି , ପଂଚାୟତ ସଭାପତି ପଦ୍ମ ଚରଣ ଦାସ, ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ସ୍ବାଇଁ, କୃଷ୍ଣ ଚନ୍ଦ୍ର ସ୍ବାଇଁ ,ଅଜୟ କୁମାର ରଥ ପ୍ରମୁଖ ଯୋଗ ଦେଇଥିଲେ ।ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତ ର ଶତାଧିକ କର୍ମୀ ଯୋଗ ଦେଇଥିଲେ ।ଦଳଭିତରେ ଥିବା ମନମାଳିନ୍ୟ କୁ ଭୁଲି ସମସ୍ତେ ଦଳ ଲାଗି କାର୍ଯ୍ୟ କରିବା ସହିତ ଆଗାମୀ ୨୦୨୪ ମସିହାରେ ନିମାପଡ଼ା ରେ ବିଧାୟକ ଭାବେ ସମିର ଦାଶ ଙ୍କୁ ଓ ରାଜ୍ୟରେ ନବୀନ ପଟ୍ଟନାୟକ ଙ୍କୁ ୬ ଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲେ ।

Leave a Reply

Your email address will not be published. Required fields are marked *