ମହାନଗର

ତାଳଦଣ୍ତା କେନାଲର କାର୍ଯ୍ୟ ବୁଲି ଦେଖିଲେ ତାମିଲନାଡୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

କଟକ: ଦିନ ଥିଲା ଓଡ଼ିଶାରେ କୌଣସି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଏହାକୁ କିପରି କରାଯାଇପାରିବ ସେ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଆମ ଯନ୍ତ୍ରୀ ଓ ବିଶେଷଜ୍ଞମାନେ ବାହାର ରାଜ୍ୟ ଓ ବିଦେଶ ଯାଉଥିଲେ। ଏବେ କିନ୍ତୁ ବଦଳିଛି ସମୟ। ଆମ ରାଜ୍ୟର ବିଭିନ୍ନ ପ୍ରକଳ୍ପ ଦେଖି ତାକୁ ଅନୁକରଣ କରି ପ୍ରକଳ୍ପ ତିଆରି ପାଇଁ ଅନ୍ୟ ରାଜ୍ୟର ବିଶେଷଜ୍ଞ ଓଡ଼ିଶା ଆସୁଛନ୍ତି। ଆଜି ଏହି କ୍ରମରେ କଟକର ତାଳଦଣ୍ଡା କେନାଲ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାମ ବୁଲି ଦେଖିଛନ୍ତି ତାମିଲନାଡୁ ସରକାରଙ୍କ ଉଚ୍ଚ ପଦାଧିକାରୀ। ପ୍ରକଳ୍ପ କାମର ତାମିଲନାଡୁ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିବାସହ ସମ୍ଭବ ହେଲେ ଏହି ପ୍ରକଳ୍ପ କାମକୁ ଅନୁକରଣ କରି ତାଙ୍କ ରାଜ୍ୟରେ କିଛି କାମ କରିବେ ବୋଲି କହିଛନ୍ତି। ବଦଳୁଛି ଓଡ଼ିଶା। ବିଶେଷ କରି ନୂଆ ନୂଆ ପ୍ରକଳ୍ପ କାର୍ଯ୍ୟକାରିତା କ୍ଷେତ୍ରରେ ରାଜ୍ୟ ଏବେ ଉଦାହରଣ ପାଲଟିଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ସହରରେ।କଟକରେ ଚାଲିଥିବା ତାଳଦଣ୍ଡା କେନାଲ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାମ ଦେଖିବାକୁ ପହଞ୍ଚିଥିଲେ ତାମିଲନାଡୁ ଜଳସମ୍ପଦ ଵିଭାଗର ଅତିରିକ୍ତ ମୁଖ୍ୟ ସଚିବ। ଅତିରିକ୍ତ ମୁଖ୍ୟ ସଚିବଙ୍କ ସହ ତାମିଲନାଡୁ ଜଳ ସମ୍ପଦ ଵିଭାଗର ସ୍ବତନ୍ତ୍ର ମୁଖ୍ୟ ଯନ୍ତ୍ରୀ ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ତାମିଲନାଡୁର ଏହି ଉଚ୍ଚସ୍ତରୀୟ ଟିମ ପ୍ରକଳ୍ପର ବେଶ ପ୍ରଶଂସା କରିବା ସହ ଏହି ପ୍ରକଳ୍ପ ଆଧାରରେ ତାମିଳନାଡୁରେ କିଛି କରିବା ପାଇଁ ଏକ ସମୀକ୍ଷା ବୈଠକ କରିବେ ବୋଲି କହିଛନ୍ତି ତାମିଲନାଡୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ। ସମୟ ଥିଲା ରାଜ୍ୟରେ କୌଣସି ବଡ ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ ଆମ ଅଧିକାରୀ ମାନେ ଅନ୍ୟ ରାଜ୍ୟ ଓ ଦେଶକୁ ଯାଇ ଅନୁରୂପ ପ୍ରକଳ୍ପ ବାବଦରେ ବିଶେଷଜ୍ଞଙ୍କ ଠାରୁ ଜ୍ଞାନ ଆହରଣ କରୁଥିଲେ। ବାହାର ରାଜ୍ୟର ପ୍ରକଳ୍ପକୁ ଅନୁଧ୍ୟାନ କରୁଥିଲେ।ଏବେ କିନ୍ତୁ ଆମ ରାଜ୍ୟର କାମ କଥା କହୁଛି। ଆମ ରାଜ୍ୟ ଠାରୁ ବି ଉନ୍ନତ ରାଜ୍ୟର ଅଧିକାରୀ ଆମ ପ୍ରକଳ୍ପ ଦେଖି ଜ୍ଞାନ ଆହରଣ ପାଇଁ ଆସୁଛନ୍ତି। ଆଜି କ୍ଷେତ୍ର ପରିଦର୍ଶନ ପରେ ତାମିଳନାଡୁର ଅଧିକାରୀ ଓ ଯନ୍ତ୍ରୀ ମାନେ ଆମ ରାଜ୍ୟର ଅଧିକାରୀ ମାନଙ୍କ ସହ ତାଳଦଣ୍ଡା ପ୍ରକଳ୍ପ କାର୍ଯ୍ୟକାରିତା ସମ୍ପର୍କରେ ଭୁବନେଶ୍ବରରେ ଏକ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

One thought on “ତାଳଦଣ୍ତା କେନାଲର କାର୍ଯ୍ୟ ବୁଲି ଦେଖିଲେ ତାମିଲନାଡୁ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ

Leave a Reply

Your email address will not be published. Required fields are marked *