ରାଜ୍ୟ

ବିନା ସୂଚନାଫଳକରେ ମିଶନ ଶକ୍ତି ଗୃହ ନିର୍ମାଣ

ବିରମହାରାଜପୁର : ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ପଛପଟରେ ତଥା କୋର୍ଟ ପରିସରରେ ଥିବା ଲକ୍ଷାଧିକ ଟଙ୍କାର ଗୃହ ନିର୍ମାଣ କାମ ବିନା ସୂଚନା ଫଳକରେ ଚାଲିଛି।

ସୂଚନାନୁସାରେ, ରାଜ୍ୟ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମହିଳା ସଶକ୍ତିକରଣ ତଥା ଏସ୍‌ଏଚ୍‌ଜି ମହିଳା, ମିଶନ ଶକ୍ତିଙ୍କ ପାଇଁ ଜିଲାର ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରି ପ୍ରତି ବ୍ଲକରେ ୫୦ ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ କାମ ଚାଲିଛି। ହେଲେ ଡୁଙ୍ଗୁରିପାଲି ବ୍ଳକ କାର୍ଯ୍ୟାଳୟ ପଛପଟରେ ତଥା ଗ୍ରାମ୍ୟ ନ୍ୟାୟାଳୟ କୋର୍ଟ ପରିସରରେ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛ। ବର୍ତ୍ତମାନ ଛାତ ପର୍ଯ୍ୟନ୍ତ କାମ ସରିଥିବା ବେଳେ ଉକ୍ତ ଗୃହ ନିର୍ମାଣ କାର୍ଯ୍ୟ କେତେ ଟଙ୍କାର, କେବେ ଆରମ୍ଭ କେବେ ଶେଷ,ତାହା ଜନସାଧାରଣ ଜାଣିପାରୁ ନାହାନ୍ତି । ଗୃହ ନିର୍ମାଣ କାର୍ଯ୍ୟ କରିବା ଆଗରୁ ପ୍ରଥମେ ଉକ୍ତ ସ୍ଥାନରେ ସୂଚନାଫଳକ ଲଗାଯିବା ନିୟମ ରହିଛି। ବ୍ଲକ କାର୍ଯ୍ୟାଳୟ ପଛପଟେ
ନିର୍ମାଣ କରାଯାଉଥିବା ଏହି ମିଶନ ଶକ୍ତି ଗୃହ କେବେ ସରିବ ଜନସାଧାରଣଙ୍କୁ ଅନ୍ଧାରରେ ବାଡ଼ି ବୁଲାଇଲା ପରି ଦୀପତଳ ଅନ୍ଧାର କରିଛି ପ୍ରଶାସନ। ଉକ୍ତ ମିଶନ ଶକ୍ତି ଗୃହ କାର୍ଯ୍ୟକୁ ନେଇ ସୂଚନାଫଳକ ନ ଥିବାରୁ
ତାହା କେବେ ସମ୍ପୂର୍ଣ୍ଣ ହେବ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏ ନେଇ ସୁବର୍ଣ୍ଣପୁର ଜିଲା ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାକେଶ ରଞ୍ଜନ ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ନ ଉଠାଇବାରୁ ଅଧିକ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *