ମୁଖ୍ୟ ଖବର

ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ : ଇସ୍ରୋ

ଶ୍ରୀହରିକୋଟା : ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହା ସହିତ ଏହି ମହାକାଶ ଯାନ ସମସ୍ତ ଅଙ୍ଗ ସ୍ବାଭାବିକଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ।

ଉତକ୍ଷେପଣର ପ୍ରାୟ ୩୦ ମିନିଟ ପରେ ଇସ୍ରୋ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ମିସନ ସଫଳ ହୋଇଛି । ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ସାମିଲ ହୋଇଛି ଓ ନିର୍ଭୁଲଭାବେ ଉକ୍ତ କକ୍ଷପଥରେ ହିଁ ଗତି କରୁଛି ।

ଇସ୍ରୋ ପକ୍ଷରୁ ଶୁକ୍ରବାର ଅପରାହ୍ଣ ୨ଟା ୩୫ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏହାକୁ ଇସ୍ରୋର ଓଜନିଆ ରକେଟ୍ ଏଲଏମଭି୩ ଏମ-୪ ମାଧ୍ୟମରେ ଉତକ୍ଷେପଣ କରାଯାଇଥିଲା । ଏହି ମିସନର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ସଫଳ ଉତକ୍ଷେପଣ ପରେ ଏବେ ସମସ୍ତଙ୍କ ଆଖି ଆସନ୍ତା ଅଗଷ୍ଟ ମାସରେ ଚନ୍ଦ୍ରପୃଷ୍ଠରେ ଏହାର ସଫ୍ଟ ଲାଣ୍ଡିଙ୍ଗ୍ (ନିୟନ୍ତ୍ରିତ ଅବତରଣ) ଉପରେ ରହିଛି । ଗତ ଥର ଭାରତର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲେ ବି ସଫ୍ଟଲାଣ୍ଡିଙ୍ଗ୍ କରିବାରେ ବିଫଳ ହୋଇଥିଲା । ସେଥିପାଇଁ ମିସନ ବିଫଳ ହୋଇଥିଲା । ଏଣୁ ଏଥର ପୂର୍ବର ଭୁଲ ନ ଦୋହରାଇବାକୁ ଇସ୍ରୋ ପକ୍ଷରୁ ବ୍ୟାପକ ପଦକ୍ଷେପ ଓ ସତର୍କତା ଅବଲମ୍ବନ କରାଯାଇଛି

Leave a Reply

Your email address will not be published. Required fields are marked *