ଦେଶ- ବିଦେଶ

ଘରେ ମିଛ କହି ଭାରତ ଆସିଥିଲେ ସୀମା

ବରେଲି: ସୀମା ଓ ସଚିନଙ୍କ ପ୍ରେମ କାହାଣୀ ‌ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିିଛି। ଭାରତରୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଚାରିଆଡ଼େ ଖାଲି ଏହି ଗୋଟାଏ ଆଲେଚନା। ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜୀ ଖେଳି ପ୍ରେମରେ ପଡ଼ିଥିବା ଏହି ପ୍ରେମୀଯୁଗଳଙ୍କ ସଂପର୍କରେ ଅନେକ ନୂଆ ନୂଆ କଥା ସବୁ ଜାଣିବାକୁ ମିଳୁଛି।

ତେବେ ସୀମା ଭାରତରେ ବ‌େଆଇନ୍‌ ତରିକାରେ ପ୍ରବେଶ କରିଛନ୍ତି। ସେ ଭାରତ ଆସିବା ପ‌ରେ ନେପାଳର ପଶୁପତିନାଥ ମନ୍ଦିରେ ସଚିନଙ୍କୁ ବିବାହ କରିଛନ୍ତି। ଏବେ ସିନା ଏହି ପାକ୍‌ ଯୁବତୀ ନିଜର ୪ ଜଣ ଯାକ ପିଲାଙ୍କୁ ନେଇ ପଳାଇ ଆସିଛନ୍ତ, ଏହା ପୂର୍ବରୁ ସେ ଥରେ ଏକାକୀ ଆସିଥିଲେ।

ସୀମାଙ୍କ କହିବା କଥା ହେଉଛି ଭାରତ ଆସିବା ପରେ ସେ ୭ ଦିନ ପର୍ଯ୍ୟନ୍ତ ନେପାଳର ଏକ ହୋଟେଲ୍‌ରେ ରହିଥିଲେ। ସଚିନଙ୍କ ପାଇଁ ସୀମା ପରିବାର ଲୋକଙ୍କୁ କେଉଁ ମିଛ କହିଥିଲେ ତାହା ମଧ୍ୟ ଜଣାଇଛନ୍ତି। ନିକଟରେ ଗଣମାଧ୍ୟମରେ ତାଙ୍କର ବୟାନ ଦେଇ ସୀମା କହିଛନ୍ତି କି ସେ ଘରେ ବୁଲିବାକୁ ଯାଉଛନ୍ତି ବୋଲି କହିକି ଆସିଥିଲେ। ତାଙ୍କ ପରିବାର ଲୋକ ଭାବୁଥିଲେ ସେ ଲାହୋରରେ ଅଛନ୍ତି। ସେ ସମୟରେ ନିଜ ପିଲା ଓ ପରିବାର ଲୋକଙ୍କ ସହ କଥା ହେଲା ବେଳେ ସୀମା ସଚିନଙ୍କଠୁ ଦୂରକୁ ଯାଇ ଭିଡିଓ କଲ୍‌ କରୁଥିଲେ।

ଏବେ ପୁଣି ଥରେ ବେଆଇନ୍‌ ତରିକାରେ ଭାରତ ଆସିବା ପରେ ଏବେ ସଚିନଙ୍କ ସହ ରହୁଛନ୍ତି। ଏହାରି ମଧ୍ୟରେ ସୀମାଙ୍କ ପାକିସ୍ତାନୀ ସ୍ବାମୀ ଏକ ଭିଡିଓ ଜାରି କରି ନିଜ ପିଲାଙ୍କୁ ଫେରସ୍ତ ଚାହାନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *