ଦେଶ- ବିଦେଶ

ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ ଉଠାଇବ କଂଗ୍ରେସ

ନୂଆଦିଲ୍ଲୀ : ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । ଗୃହରେ ଗତ ଜୁନ ମାସରେ ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗ ଉଠାଇବ ବୋଲି ଦଳ ଘୋଷଣା କରିଛି । ରେଳ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବ କଂଗ୍ରେସ ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ।

ଏହାବ୍ୟତୀତ ସଂଘୀୟ ଢାଞ୍ଚା ଉପରେ ଆକ୍ରମଣ, ରାଜ୍ୟପାଳଙ୍କ ଜରିଆରେ ନିର୍ବାଚିତ ସରକାରଙ୍କ ଉପରେ ଆକ୍ରମଣ ଏବଂ ସାମ୍ବିଧାନିକ ଅନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ ପ୍ରସଙ୍ଗ ଉଠାଇବ କଂଗ୍ରେସ । ଏହା ସହିତ ଦିଲ୍ଲୀ ଅଧ୍ୟାଦେଶ ସଂପର୍କରେ ଆମ ଆଦମି ପାର୍ଟିକୁ ସମର୍ଥନ କରିଛି କଂଗ୍ରେସ ।  କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଦିଲ୍ଲୀର ନିର୍ବାଚିତ ସରକାରଙ୍କ କ୍ଷମତା ସଂକୁଚିତ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ତାହା ବିରୋଧରେ ବିଭିନ୍ନ ବିରୋଧୀ ଦଳଙ୍କ ସମର୍ଥନ ମାଗିଥିଲେ । ତେବେ କଂଗ୍ରେସ ଏ ସଂପର୍କରେ ନିରବତା ଅବଲମ୍ବନ କରୁଥିଲା । କିନ୍ତୁ ଏବେ ଆପକୁ କଂଗ୍ରେସର ସମର୍ଥନ ମିଳିଯାଇଛି ।

ଅନ୍ୟପକ୍ଷରେ ଟମାଟୋ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରସଙ୍ଗ କଥା ଉଠାଇବ କଂଗ୍ରେସ । ଏହା ସହିତ ପିଏମ୍ଏଲ୍ଏ ଅର୍ଥାତ୍ ଇଡି ଅଧୀନରେ ଜିଏସ୍ ଟି ଆଣିବା ବିରୋଧରେ କଂଗ୍ରେସ ସଂସଦରେ ସ୍ୱର ଉତ୍ତୋଳନ କରିବ ।

Leave a Reply

Your email address will not be published. Required fields are marked *