ରାଜନୀତି

ଅନୁତପ୍ତ ନୁହଁ, କିଛି ଭୁଲ କରିନାହିଁ : ମୋକିମ

କଟକ: ଦଳ ବିରୋଧୀ କାର୍ଯ୍ୟ ଲାଗି କଂଗ୍ରେସରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ-ବାରବାଟୀ ବିଧାୟକ ମହମମଦ ମୋକିମ୍। ସେ କହିଛନ୍ତି, ଏଆଇସିସି ଆମକୁ ଉତ୍ତର ମାଗିଥିଲା ଏବଂ  ଉତ୍ତର ସନ୍ତୋଷଜନକ ନଥିଲା ବୋଲି ଆମେ ନିଲମ୍ବନ ହେଇଛୁ। କିନ୍ତୁ ଦଳ ବିରୋଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ କି ଦଳକୁ କ୍ଷତି କରିବା ଭଳି କାର୍ଯ୍ୟ କରିନାହୁଁ। ମୋର ବିଶ୍ୱାସ ଅଛି ଯିଏ ବି ଯାହା କରିଛି ଆଗାମୀଦିନରେ ସତ୍ୟାସତ୍ୟ ପ୍ରକାଶ ପାଇବ। ମୁଁ ନିଲମ୍ବିତ ହେଲା ପରେ ବି କଂଗ୍ରେସରେ ରହିବି। ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି।ଦଳ ନିଲମ୍ବନ କରିଛି ବହିଷ୍କାର କରିନାହିଁ। ଏ ବିଷୟ ରେ ଏଆଇସିସି  ସହ ଆଲୋଚନା କରିବି। ଖରାପ ସମୟରେ କଂଗ୍ରେସ ସହ ଥିଲୁ।କଂଗ୍ରେସକୁ ମଜବୁତ କରୁଥିଲୁ।କିଛି ନୀଚ୍ଚ ସ୍ୱାର୍ଥ ବ୍ୟକ୍ତି, ଯେଉଁମାନଙ୍କର ଗୋଡ଼ ତଳେ ମାଟି ନାହିଁ ସେମାନେ ପଦାଧିକାରୀ ହେବା ପାଇଁ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ବୋଲି ଜବାବ ରଖିଛନ୍ତି ମୋକିମ୍।ପୁଣି ସେ କହିଛନ୍ତି, ଏ ଘଟଣା ନେଇ ମୁଁ ବିଚଳିତ ନୁହଁ । କିନ୍ତୁ ଏତିକି କହିବି ସଭାପତିଙ୍କର ଆମ ସହ  ଆଲୋଚନା କରିବାର ଥିଲା। ଆଲୋଚନା ନ କରି ଜଣେ ବିଧାୟକ ଏବଂ କାର୍ଯ୍ୟକାରୀ ସଭାପତିଙ୍କ ବିରୋଧରେ ଏକ ପାଖିଆ ଦିଲ୍ଲୀକୁ  ଅଭିଯୋଗ ପଠାଇବା ଶୁଭ ସଂକେତ ନୁହଁ। ମୁଁ ଅନୁତପ୍ତ ନୁହଁ, କିଛି ଭୁଲ କରିନାହିଁ। କଂଗ୍ରେସ କୁ ସୃଦୁଢ କରିବା ପାଇଁ କାର୍ଯ୍ୟକ୍ରମ କରିଥିଲୁ। ମୁଁ କିଛି ଅସନ୍ତୋଷ ଜନକ କାର୍ଯ୍ୟ କରିନାହିଁ ଯେ ଏଆଇସିସିକୁ ସନ୍ତୋଷ ଜନକ ଉତ୍ତର ଦେବି। କଂଗ୍ରେସ ରେ ଅଛି ରହିବି କଂଗ୍ରେସ ଟିକେଟ ରେ ନିର୍ବାଚନ ଲଢ଼ିବି।

Leave a Reply

Your email address will not be published. Required fields are marked *