ବିଶେଷ

୫ ଅଭ୍ୟାସ ଯୌବନରେ କରିଦେବ ବାର୍ଦ୍ଧକ୍ଯ ଭଳି ଅବସ୍ଥା

ବୟସ ବଢିବା ସାଧାରଣ ପ୍ରକ୍ରିୟା। ହେଲେ ମନୁଷ୍ଯର କିଛି କୁଅଭ୍ୟାସ ତାକୁ ସମୟ ପୂର୍ବରୁ ବାର୍ଦ୍ଧକ୍ଯ ଭେଟି ଦେଇଥାଏ। ଆସନ୍ତୁ ଜାଣିବା ସେ ବିଷୟରେ…

-ମଦ୍ଯପାନ:-ଏହା ଆମ ସ୍ବାସ୍ଥ୍ଯ ପାଇଁ ବହୁତ ହାନିକାରକ। ନାନାଦି ପ୍ରକାରେ ମଦ ଶରୀରକୁ କ୍ଷତି ପହଞ୍ଚାଇଥାଏ। ମଦ ପିଇବା ଦ୍ବାରା ତ୍ବଚା ଲାଲ୍ ପଡିଥାଏ। ଫଳରେ ସମୟ ପୂର୍ବରୁ ବାର୍ଦ୍ଧକ୍ଯ ଆସିଥାଏ।

-ଫୋନ୍ ଏବଂ କମ୍ପ୍ୟୁଟରର ବ୍ୟବହାର:-ଅତ୍ୟାଧୁନିକ ସମୟରେ କାମ ପାଇଁ ହେଉ ଅବା ମନୋରଞ୍ଜନ ଲାଗି ଏଗୁଡିକର ବ୍ଯବହାର ବଢୁଛି। ଏହା ଶରୀର ଏବଂ ସ୍ବାସ୍ଥ୍ଯ ଲାଗି ହାନିକାରକ।

-କମ୍ ପାଣି ପିଇବା: ପର୍ଯ୍ଯାପ୍ତ ପାଣି ନ ପିଇଲେ କୋଷ୍ଠକାଠିନ୍ୟ, ଥକାପଣ, ବାରମ୍ବାର ଦେହ ଖରାପ ହେବା ଭଳି ସମସ୍ୟା ଦେଖାଦେଇଥାଏ। ଏହାଛଡା ଶୁଷ୍କ ତ୍ବଚା, ଡାର୍କ ସର୍କଲ ଭଳି ସମସ୍ଯା ମଧ୍ଯ ଚିନ୍ତାର କାରଣ ପାଲଟିଥାଏ।

-ସର୍କରା ତଥା ଚିନିର ସେବନ:ଅତ୍ଯଧିକ ଚିନି ସେବନ ସ୍ବାସ୍ଥ୍ଯ ପକ୍ଷେ କ୍ଷତିକାରକ।

-ଧୂମ୍ରପାନ: ତମାକୁରେ ଅନେକ ବିଶାକ୍ତ ପଦାର୍ଥ ରହିଥାଏ। ଏହା ତ୍ବଚାରେ ଅମ୍ଳଜାନ ଏବଂ ଅନେକ ପୋଷକ ତତ୍ତ୍ବ କମ୍ କରି ଦେଇଥାଏ।

-ନିଦ୍ରାହିନତା: ନିଦ ଆମ ଶରୀର କୋଷିକା କୁ ମରାମତି କରିଥାଏ। ଏଥିପାଇଁ ପର୍ଯ୍ୟାପ୍ତ ନିଦ ଆମ ଶରୀର ଲାଗି ଜରୁରୀ।

Leave a Reply

Your email address will not be published. Required fields are marked *