ମୁଖ୍ୟ ଖବର

ପାକିସ୍ତାନୀ ଗୁପ୍ତଚର ମହମ୍ମଦ ରଇସ୍ ଗିରଫ

ଲକ୍ଷ୍ନୌ : ରବିବାର ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା ମିଳିଛି । ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗୋଣ୍ଡା ଜିଲ୍ଲାର ବାସିନ୍ଦା ମହମ୍ମଦ ରଇସକୁ ଏଟିଏସ୍ ଟିମ୍ ଗିରଫ କରିଛି। ଗୋଣ୍ଡାର ବାସିନ୍ଦା ରଇସ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ପାଇଁ ଗୁପ୍ତଚର କାମ କରୁଥିଲା । ଏଟିଏସ୍ ମୁଖ୍ୟାଳୟରେ ପଚରାଉଚରା ପରେ ତାକୁ ଗିରଫ କରାଯାଇଥିଲା। ମୁମ୍ବାଇର ଅରମାନ ନାମକ ଜଣେ ଯୁବକ ଜଣେ ପାକିସ୍ତାନୀ ଏଜେଣ୍ଟ ଓ ରଇସ ମଧ୍ୟରେ କଥାବାର୍ତ୍ତା କରାଇଥିଲା ।

ସାଉଦି ଆରବରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ରଇସକୁ ନିଜ ଜାଲରେ ଫସାଇଥିଲା ଆଇଏସଆଇ ଓ ପରେ ତାକୁ ଗୁପ୍ତଚର କାମରେ ଲଗାଇଥିଲା । ଦେଶର ବିଭିନ୍ନ ସାମରିକ ପ୍ରତିଷ୍ଠାନର ଫଟୋ ପଠାଇବା ପାଇଁ ରଇସକୁ ୧୫ ହଜାର ଟଙ୍କା ମଧ୍ୟ ମିଳିଥିଲା। ରଇସ୍ ତା ବନ୍ଧୁ ସଲମାନ ଏବଂ ଅନ୍ୟମାନଙ୍କୁ ମଧ୍ୟ ଗୁପ୍ତଚର କାର୍ଯ୍ୟରେ ନିୟୋଜିତ କରିଥିଲା । ଭାରତରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ବାବ୍ରି ମସଜିଦ ଆଦି ପ୍ରସଙ୍ଗ ମାଧ୍ୟମରେ ତାକୁ ସହିଦ ହେବାକୁ ଅନୁପ୍ରାଣିତ କରାଯାଇଥିଲା ।

ରଇସକୁ ଗିରଫ କରିବା ପରେ ଏଟିଏସ୍  ଏବେ ରଇସର ମୋବାଇଲରୁ ଜରୁରୀ ଡାଟା ପାଇବାକୁ ଉଦ୍ୟମ ଚଳାଇଛି । ଏହା ସହ ଅରମାନ ଓ ସଲମାନଙ୍କୁ ଗିରଫ କରିବା ପାଇଁ ଏଟିଏସ ଟିମ୍ ମଧ୍ୟ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛି ।

Leave a Reply

Your email address will not be published. Required fields are marked *