ରାଜ୍ୟ

ଚାରିଛକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ


ନିମାପଡ଼ା : ପୁରୀ ଜିଲ୍ଲା ଚାରିଛକ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ତୁଳସୀପୁର ସ୍ଥିତ ଜୟଦୁର୍ଗା କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ସମାଜସେବୀ କୃଷ୍ଣଚନ୍ଦ୍ର ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ନିର୍ବାଚନ କାର୍ଯ୍ୟକ୍ରମରେତୁଳସୀପୁର ,ଛଣିଜଙ୍ଗ ,କଳାପାଞ୍ଚଣ, ଭୋଦର ପ୍ରଭୁତି ପଞ୍ଚାୟତ ର ଲୋକ ପ୍ରତିନିଧି ,ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି ବିଶେଷ ଶିକ୍ଷାବିତ୍ ମାନେ ଯୋଗ ଦେଇଥିଲେ ।ଏହି ନିର୍ବାଚନ ରେ ସଭାପତି ଭାବେ ପ୍ରଫୁଲ୍ଲ କୁମାର କର ,କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ଉପ ସଭାପତି ସନ୍ତୋଷ କୁମାର ଦାଶ,ସାଧାରଣ ସମ୍ପାଦକ ବସନ୍ତ କୁମାର ଦାସ , ସହକାରୀ ସଂପାଦକ ବିଜୟ କୁମାର ବେହେରା , କୋଷାଧ୍ୟକ୍ଷ ଭାବେ ସୌମ୍ୟରଞ୍ଜନ ତ୍ରିପାଠୀ ଙ୍କୁ ମନୋନୀତ କରାଯାଇଥିଲା ।ଏଥି ସହିତ ପ୍ରଫୁଲ୍ଲ କୁମାର ସାହୁ, ନାରାୟଣ ବେହେରା ,ସୁବାସ ଚନ୍ଦ୍ର ସାହୁ ,ପ୍ରଶାନ୍ତ କୁମାର ସାହୁ , ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ସଭ୍ୟ ଭାବେ ରହିଛନ୍ତି । ସାମ୍ୱାଦିକ ବସନ୍ତ କୁମାର ନାୟକ ଓ ରଞ୍ଜନ କୁମାର ଦାସ ଙ୍କୁ ନୂତନ ସଭ୍ୟ ଭାବେ ଗ୍ରହଣ କରାଯାଇ ସଂଘ ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଗୋପୀନାଥ କର ,ଡଃ. ସନ୍ତୋଷ କୁମାର ମିତ୍ର,ପ୍ରଫେସର ଅରୁଣ ସାହୁ ,ପୂର୍ଣ୍ଣଚନ୍ଦ୍ର ଓଝା, ବନବିହାରୀ ଦାଶ,ପ୍ରକାଶ ଚନ୍ଦ୍ର ସାହୁ, ଅରକ୍ଷିତ ଭୋଇ,ମହେନ୍ଦ୍ର ନାୟକ, ମହେନ୍ଦ୍ର ମହାପାତ୍ର,ପ୍ରଶାନ୍ତ ବେହେରା ଆଇନଜିବି ରଜନୀକାନ୍ତ ତ୍ରିପାଠୀ ,ଶ୍ୟାମ ସୁନ୍ଦର ସାହୁ , ସମାଜସେବୀମୂରଲୀଧରଭାରତୀ ,ନିରଞ୍ଜନ କର, କାହୁଁ ଚରଣ ବେହେରା ,ଶତ୍ରୁଘ୍ନ ପାତ୍ର ,ଅର୍ଜୁନ ପାତ୍ର ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *