ରାଜନୀତି

ଏନଡିଏରେ ଯୋଗ ଦେଲେ ଚିରାଗ ପାସଓ୍ବାନ

ନୂଆଦିଲ୍ଲୀ : ଲୋକ ଜନଶକ୍ତି ପାର୍ଟି (ରାମବିଳାସ ପାଶୱାନ ଗୋଷ୍ଠୀ) ନେତା ଚିରାଗ ପାସୱାନ ସୋମବାର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିବାପରେ  ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାସୱାନଙ୍କ ସହ ଏକ ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ ଦିଲ୍ଲୀରେ ସେ ଚିରାଗ ପାସୱାନଙ୍କୁ ଭେଟିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଁ ତାଙ୍କୁ ଏନଡିଏ ପରିବାରରେ ସ୍ୱାଗତ କରୁଛି ।

ମଙ୍ଗଳବାର ଏନଡିଏ ବୈଠକ ପୂର୍ବରୁ ଚିରାଗ ପାସୱାନ ଶାସକ ମେଣ୍ଟରେ ଯୋଗ ଦେବା ବିଶେଷ କରି ବିହାର ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ଦେଖାଯାଉଛି । ଚିରାଗଙ୍କ ପିତା ତଥା ସ୍ୱର୍ଗତ ଦଳିତ ନେତା ରାମବିଳାସ ପାସୱାନଙ୍କ ନେତୃତ୍ୱରେ ଅବିଭକ୍ତ ଏଲଜେପି ୨୦୧୯ରେ ୬ଟି ଲୋକସଭା ଆସନରେ ଲଢ଼ିଥିଲା ଏବଂ ବିଜେପି ସହ ଆସନ ବୁଝାମଣାର ଏକ ଅଂଶ ଭାବରେ ରାଜ୍ୟସଭା ଆସନ ମଧ୍ୟ ପାଇଥିଲା ।

ଚିରାଗ ଚାହୁଁଛନ୍ତି ଯେ ତାଙ୍କ ଦଳରେ ବିଭାଜନ ସତ୍ତ୍ୱେ ବିଜେପି ସମାନ ବ୍ୟବସ୍ଥାରେ ଆସନ ବୁଝାମଣା କରୁ। ଏଲଜେପିରେ ବିଭାଜନ ପରେ ଗଠିତ ଅନ୍ୟ ଏକ ଗୋଷ୍ଠୀ ହେଉଛନ୍ତି ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ମୁଖ୍ୟ ଚିରାଗଙ୍କ କାକା ତଥା କେନ୍ଦ୍ର ମନ୍ତ୍ରୀ ପଶୁପତି କୁମାର ପାରସ, ଯିଏକି ଶାସକ ମେଣ୍ଟରେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *