ଦେଶ- ବିଦେଶ

ସୀମାଙ୍କୁ ଅଜଣା ସ୍ଥାନକୁ ନେଲା ୟୁପି ଏଟିଏସ୍

ନୂଆଦିଲ୍ଲୀ: ସୀମାଙ୍କ ପାଇଁ ଉତ୍ତେଜନା ବଢ଼ିବାର ଆଶଙ୍କା ଥିବାରୁ ପୁଣି ଥରେ ପଚରାଉଚରା ପାଇଁ ଅଜଣା ସ୍ଥାନକୁ ନେଲା ୟୁପି ଏଟିଏସ୍। ପାକିସ୍ତାନରୁ ସଚିନଙ୍କ ପ୍ରେମରେ ପଡ଼ି ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ସମସ୍ତଙ୍କ ମୁହଁରେ ଏବେ ସଚିନ୍ ଏବଂ ସୀମା ‌ହାଇଦରଙ୍କ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସୀମାଙ୍କୁ ପାକିସ୍ତାନ ଫେରାଇବାକୁ ଅନେକ ଦାବି ହୋଇସାରିଛି। ସୀମା ପାକିସ୍ତାନ ନଫେରିବାରୁ ସେଠାରେ ଥିବା ମନ୍ଦିର ଉପରେ ଆକ୍ରମଣ ମଧ୍ୟ ଆରମ୍ଭ ହୋଇଛି।

ଏମଧ୍ୟରେ ସୀମା ଜଣେ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ ହେଉଥିବାରୁ ୟୁପି ଏଟିଏସ୍ ଟିମ୍ ପଚରାଉଚରା ପାଇଁ ସୀମାଙ୍କୁ ସଚିନଙ୍କ ସହ ଉଠାଇ ନେଇଥିବା କୁହାଯାଉଛି। କେହି ଯେମିତି ଏବିଷୟରେ କୌଣସି ସୂଚନା ନପାଆନ୍ତି ସେଥିପାଇଁ ସୀମା, ସଚିନ ଓ ସଚିନଙ୍କ ବାପାଙ୍କୁ ନେଇ ଏକ ଅଜଣା ସ୍ଥାନରେ ପଚରାଉଚରା କରୁଛି ୟୁପି ଏଟିଏସ। ସୀମା ହାଇଦର ଆରମ୍ଭରୁ ଏଟିଏସର ରାଡାରରେ ଥିଲେ। ସେ ତାଙ୍କ ପ୍ରେମିକ ସଚିନଙ୍କୁ ଭେଟିବା ପାଇଁ ନେପାଳ ଦେଇ ଭାରତ ଆସିବା ପରେ ତାଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା। ଏବେ ସୀମାଙ୍କୁ ନେଇ ବିଭିନ୍ନ ଅଭିଯୋଗ ହେଉଥିବାରୁ ବର୍ତ୍ତମାନ ହ୍ବାଟସ୍ଆପ୍ ଚାଟ୍ ଏବଂ ସମସ୍ତ ପ୍ରମାଣ ଆଧାରରେ ୟୁପି ଏଟିଏସ୍ ଟିମ୍ ଅଧିକ ଅନୁସନ୍ଧାନ କରିବେ।

ହ୍ବାଟସ୍ଆପ୍ ଯାଞ୍ଚ କରାଯିବା ସହ ସୀମାଙ୍କ ପରିଚୟ ପତ୍ର ହାଇ କମିଶନଙ୍କ ନିକଟକୁ ପଠାଯାଇଛି। ଜାଣିବାକୁ ମିଳିଛି ଯେ ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଥିବା ବେଳେ ସୀମାଙ୍କ ଭାଇ ଜଣେ ପାକିସ୍ତାନୀ ସୈନିକ ଅଟନ୍ତି।

Leave a Reply

Your email address will not be published. Required fields are marked *