ମୁଖ୍ୟ ଖବର

ଏନଡିଏ ସହ ଇଣ୍ଡିଆର ଲଢେଇ ହେବ : ରାହୁଲ 

ନୂଆଦିଲ୍ଲୀ: ମଙ୍ଗଳବାର ବେଙ୍ଗାଲୁରୁରେ ବିରୋଧୀ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ୨୬ଟି ବିରୋଧୀ ଦଳ ମିଳିତ ଭାବେ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ (INDIA) ନାମରେ ଏକ ମିଳିତ ମଞ୍ଚ ଗଠନ କରିବାକୁ ଘୋଷଣା କରିଛନ୍ତି। ବିରୋଧୀ ଦଳର ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଆମର ଏକତା ଦେଖି ମୋଦୀଜୀ ଏବେ ୩୦ଟି ଦଳର ବୈଠକ ଡାକିଛନ୍ତି। ପ୍ରଥମେ ମୋଦୀଜୀ ମେଣ୍ଟ ନେଇ କୌଣସି କଥା କହୁ ନଥିଲେ | ଏବେ କିନ୍ତୁ ସେ ନେଇ ତତ୍ପର ହୋଇଉଠିଛନ୍ତି।ଖଡଗେ ଆହୁରି କହିଛନ୍ତି ତାଙ୍କ ମେଣ୍ଟ ଖଣ୍ଡବିଖଣ୍ଡିତ ହୋଇଯାଇଛି | ଆଉ ଏବେ ମୋଦୀ ସେହି ଖଣ୍ଡଗୁଡ଼ିକୁ ଏକତ୍ର କରିବାକୁ ଚେଷ୍ଟା କରୁଛନ୍ତି।” ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, “ଏଥର ଏନଡିଏ ଏବଂ ଇଣ୍ଡିଆ ମଧ୍ୟରେ ଲଢେଇ ହେବ । ନରେନ୍ଦ୍ର ମୋଦୀ ଏବଂ ଇଣ୍ଡିଆ ମଧ୍ୟରେ ଲଢେଇ ହେବ। ଆମେ ନିଷ୍ପତ୍ତି ନେଇଛୁ ଯେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବୁ । ଏକାଠି ହୋଇ ଆମେ ଆମର ଆଦର୍ଶ ଏବଂ ଆମେ କଣ କରିବାକୁ ଯାଉଛୁ ସେ ବିଷୟରେ ଦେଶ‌ବାସୀଙ୍କୁ ଜଣାଇବୁ।

Leave a Reply

Your email address will not be published. Required fields are marked *