ରାଜ୍ୟ

ସିର୍କାର୍ବଗ ଠାରୁ ମାଣିକଯୋଡି ରାସ୍ତାକୁ ଯାାତୟତ ବନ୍ଦ

ଦାରିଙ୍ଗବାଡି,: ଲଘୁଚାପ ଜନିତ ବର୍ଷା ଯୋଗୁ ଦୁର୍ଗମ ଅଞ୍ଚଳଗୁଡିକରେ ରହିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତା ସମ୍ପ୍ରସାରଣ ବିଳମ୍ବ ହେତୁ ସାଧାରଣ ଲୋକଙ୍କୁ ହଟହଟା ହେବାକୁ ପଡିଛି। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଠାରୁ କୋଟଗଡ଼ ବ୍ଲକକୁ ସଂଯୋଗ କରୁଥିବା ସିର୍କାବର୍ଗ ଠାରୁ ପିଟକମେରା ପର୍ଯ୍ୟନ୍ତ ରାସ୍ତା।
ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସିର୍କାବର୍ଗ ଠାରୁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ଅନିୟମିତତା ଦେଖାଯାଇଛି। କିଛି ସ୍ଥାନରେ ମେଟଲ ଓ ଆଉ କିଛି ସ୍ଥାନରେ କେବଳ ମାଟି ପକାଇ ଛାଡିଦିଆଯାଇଛି ଆଉ କିଛି ସ୍ଥାନରେ ପୋଲ ନିର୍ମାଣ କରାଯାଇଥିଲେ ସୁଦ୍ଧା ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇନାହିଁ ଫଳରେ ଏବେ ଲଗାଣ ବର୍ଷାରେ ବାଇପାସ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏନେଇ ସିର୍କାବର୍ଗ ଅଞ୍ଚଳର ହେମନ୍ତ ଉଠାଣ ସିଂ, କୈଳାଶ ବଳିୟାର ସିଂ, କାଳୀ ବଳିୟାର ସିଂ, ସୁଶୀଲ ବଳିୟାର ସିଂ ପ୍ରମୁଖ କହିଛନ୍ତି।

Leave a Reply

Your email address will not be published. Required fields are marked *