ଦେଶ- ବିଦେଶ

କାନ୍ଥ ଭୁଶୁଡ଼ି ୧୧ ମୃତ

ଇସଲାମାବାଦ୍‌, : ପ୍ରବଳ ବର୍ଷା ଯୋଗୁ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର କାନ୍ଥ ଭୁଶୁଡ଼ି ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। କୋଠାଟି ପେଶୱାର ରୋଡ ଅଞ୍ଚଳରେ ଅବସ୍ଥିତ ଥିଲା। ଶ୍ରମିକମାନେ ଏଠାରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ସ୍ଥାନୀୟ ପୋଲିସ ଅଧୀକ୍ଷକ (ଏସପି) ଖାନ ଜେବଙ୍କ ସୂଚନାନୁସାରେ, କୋଠା ତଳୁ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ୬ ଜଣଙ୍କୁ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *