ଦେଶ- ବିଦେଶ

ବିରୋଧୀ ମେଣ୍ଟର ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ, : ବିରୋଧୀ ମେଣ୍ଟର ନାମ ‘ଇଣ୍ଡିଆ’ ରଖିବାକୁ ନେଇ ଦିଲ୍ଲୀର ବାରଖମ୍ବା ପୋଲିସ ଷ୍ଟେଶନରେ ମାମଲା ରୁଜୁ ହୋଇଛି। ଅବନୀଶ ମିଶ୍ର ନାମକ ଜଣେ ବ୍ୟକ୍ତି ବିରୋଧୀ ମେଣ୍ଟର ୨୬ଟି ରାଜନୈତିକ ଦଳ ବିରୋଧରେ ଅଭିଯୋଗ ଆଣିଛନ୍ତି। ରାଜନୈତିକ ଲାଭ ପାଇଁ ‘ଇଣ୍ଡିଆ’ ବ୍ୟବହାର କରାଯାଇପାରିବ ନାହିଁ ବୋଲି କୁହାଯାଇଛି। ଅବନୀଶ ମିଶ୍ର ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ବ୍ୟକ୍ତିଗତ ଲାଭ ପାଇଁ ‘ଇଣ୍ଡିଆ’ ନାମ ରଖାଯାଇଛି, ଏହା ଆମର ଭାବନାକୁ ଆଘାତ ଦେଇଛି।
ସୂଚନାଯୋଗ୍ୟ, ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଟକ୍କର ଦେବାକୁ ବିରୋଧୀ ‘ଇଣ୍ଡିଆନ୍‌ ନ୍ୟାଶନାଲ୍‌ ଡେଭେଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ(ଇଣ୍ଡିଆ) ଘୋଷଣା କରିଛି।

Leave a Reply

Your email address will not be published. Required fields are marked *