ରାଜ୍ୟ

ତହସିଲଦାରଙ୍କୁ ତାଲା

ଭବାନୀପାଟଣା : ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଧାରଣାରେ ବସିଛନ୍ତି କୋଟାଗାଁର ଚାଷୀ। କୋଟା ଗାଁ ଧାନ ମଣ୍ଡିକୁ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପ୍ୟାକ୍ସ ମାଧ୍ୟମରେ ଧାନ କ୍ରୟ କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଛି।

ସୂଚନାନୁଯାୟୀ, କୋଟା ଗାଁ ଧାନ ମଣ୍ଡିରେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ କିଣା ଯାଉଥିବା ବେଳେ ଅନେକ ଅନିୟମିତତା ହେଉଥିବାରୁ ଚାଷୀ ହଇରାଣ ହରକତ ହେଉଛନ୍ତି। ଏହା ପୂର୍ବରୁ ଏହି ସମ୍ପର୍କରେ ତହସିଲଦାର, ଜିଲାପାଳ, ସିଏସ୍‌ଓଙ୍କୁ ମଧ୍ୟ କୋଟା ଗାଁ ଚାଷୀମାନେ ଅଭିଯୋଗ କରିଥିଲେ। କିନ୍ତୁ କିଛି କାର୍ଯାନୁଷ୍ଠାନ ନ ନେଉ ଥିବାରୁ ବୁଧବାର କୋଟା ଗାଁର ଶତାଧିକ ଚାଷୀ କଲମପୁର ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି।

Leave a Reply

Your email address will not be published. Required fields are marked *