ଅପରାଧ

ବାପାର ତେଣ୍ଟା ମାଡରେ ପୁଅ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କାଦୁଅପଡା ପଂଚାୟତ ରାୟୀବରେଇ ସ୍ଥିତ ରାୟଦଣ୍ଡା ଗ୍ରାମରେ ଗଲା କାଲି ରାତି 10 ଟା ସମୟରେ ଏକ ଅଭାବନିୟ ଘଟଣା ଘଟିଯାଇଛି l ଏହି ଗ୍ରାମର ସୁଦର୍ଶନ ଭୋଇ (60)ରାତିରେ ମଦ ପିଇ ତାଙ୍କ ସ୍ତ୍ରୀ ସହିତ ପାଟି ତୁଣ୍ଡ କରୁଥିଲେ l ସେହି ସମୟରେ ସୁଦର୍ଶନଙ୍କ ମଝିଆ ପୁଅ ଦିଲ୍ଲୀପ ଭୋଇ ( 25)ବାପାଙ୍କୁ ବାରଣ କରିବାରୁ ବାପା ଓ ପୁଅ ମଧ୍ୟରେ ଝଗଡା ହୋଇଥିଲା l ବାପା ମଦ ନିଶାରେ ପୁଅ ଘଣ୍ଟିକା କୁ ତେଣ୍ଟା ମାରି ଦେଇଥିଲା l ପୁଅ ସେହି ଠାରେ ଟଳିପଡିଥିଲା ତାକୁ ସାଙ୍ଗେ ସାଙ୍ଗେ ଜଗତସିଂହପୁର ମୁଖ୍ୟ ଡାକ୍ତର ଖାନାକୁ ତାଙ୍କ ପରିବାର ଲୋକ ଆଣିଥିଲେ ସେଠାରେ ଡାକ୍ତର ମୂତ ଘୋଷଣା କରିଥିଲେ l ପିତା ସୃଦଶନ ଭୋଇ ଥାନାରେ ଅଟକ ଅଛି l ମୃତ ଦିଲ୍ଲୀପ ଭୋଇ ଙ୍କ ବଡ ଭାଇ କହିବା ଅନୁସାରେ ବାପା ସବୁବେଳେ ମଦ ପିଅନ୍ତି ସବୁବେଳେ ଘରେ ପାଟିତୁଣ୍ଡ କରନ୍ତି l ଏହି ପରି ଅଭାବନିୟ ଘଟଣା ଜଗତସିଂହପୁର ଜିଲ୍ଲାରେ ଲୋକ ମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି l

Leave a Reply

Your email address will not be published. Required fields are marked *