ରାଜ୍ୟ

୫ଟି ସ୍କୁଲ ଗୃହ ଛାତରୁ ପ୍ଳାଷ୍ଟର ଖସିବା ଘଟଣା: ଫାଟକରେ ତାଲା


ନିମାପଡ଼ା: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ସ୍ଥିତ ପଢ଼ିଆରୀ ବିଦ୍ୟାପୀଠ ଗୃହର ଛାତ ରୁ ପ୍ଲାଷ୍ଟର ଖସି ଜଣେ ଶିକ୍ଷୟତ୍ରୀ ଓ ସିଆରସିସି ଙ୍କ ମୁଣ୍ଡ ଫାଟିବା ଘଟଣା ପରେ ଅବିଭାବକ ମହଲରେ ଆଲୋଡନ ସୃଷ୍ଟିହୋଇଛି । ଶିକ୍ଷକ ଶିକ୍ଷୟିତ୍ରୀ କୌଶଳ କ୍ରମେ ସକାଳ ୮ଟାରୁ ସ୍କୁଲରେ ପ୍ରବେଶ କଲାବେଳେ ସ୍ଥାନୀୟ ଅବିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦୀର୍ଘ ସମୟ ଧରି ଅବିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିବା ଦେଖିବାକୁ ମିଳିଥିଲା ।୫ଟି ଯୋଜନା ରେ ବିଦ୍ୟାଳୟ ରୁପାନ୍ତରିତ କାର୍ଯ୍ୟ ନିମ୍ନମାନର,ମରାମତି ହୋଇଥିବା ସ୍କୁଲ କୋଠରୀ ସୁରକ୍ଷିତ ନୁହେଁ। କାର୍ଯ୍ୟ କରିଥିବା ଠିକାଦାର ଓ କାର୍ଯ୍ୟ ତଦାରଖ ଦାଇତ୍ଵ ରେ ଥିବା ବ୍ଲକ କନିଷ୍ଟ ଯନ୍ତ୍ରୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମହଲ ରେ ଦାବି ହୋଇଛି । ତାଳଦା ପଞ୍ଚାୟତ ଏଡ଼ବାଂଶ ପଢ଼ିଆରୀ ବିଦ୍ୟାପୀଠରେ କ୍ଲଷ୍ଟର ସ୍ତରୀୟ ଏକବୈଠକ ଚାଲି ଥିବା ବେଳେ ମଧ୍ୟାହ୍ନ ଭୋଜନ ପରେ ସିଆରସିସି ତ୍ରିଲୋଚନ ବେହେରା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡାକିଥିଲେ । ଶ୍ରୀ ବେହେରା ଓ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ସେନାପତି ଅଫିସରେ ବସିଥିଲେ । ଏହି ସମୟରେ ଅଫିସ ଘର ସିଲିଂରୁ ହଠାତ ପ୍ଲାଷ୍ଟର ଖସି ସିଆରସିସି ଓ ଶିକ୍ଷୟତ୍ରୀଙ୍କର ମୁଣ୍ଡ ଫାଟି ଗୁରୁତ୍ୱର ହେବା ପରେ ସେମାନେ ଏବେ ଚିକିତ୍ସିତ ହେଉଛନ୍ତି। ନିମ୍ନମାନର କାର୍ଯ୍ୟ ଯୋଗୁଁ ଏପରି ଘଟିଥିବାରୁ ବିଦ୍ୟାଳୟ ର ଅନ୍ୟାନ୍ୟ ଗୃହ ବି ସୁରକ୍ଷିତ ନୁହେଁ ବୋଲି ଦାବି କରି ଅଭିଭାବକ ମାନେ ଆଜି ସ୍କୁଲ ଫାଟକରେ ତାଲା ପକାଇଥିବାରୁ ବିଦ୍ୟାଳୟ ରେ ପାଠପଢା ବନ୍ଦରହିଛି । ଉକ୍ତ ବିଦ୍ୟାଳୟ ଗୃହ କାର୍ଯ୍ୟ କରିଥିବା ସମ୍ପୃକ୍ତ ଠିକାଦାର ଓ କନିଷ୍ଠଯନ୍ତ୍ରୀ,ବ୍ଲକ ସହକାରୀ ଯନ୍ତ୍ରୀ ଏଥିପାଇଁ ଦାୟୀ ହୋଇଥିବାରୁ ସମସ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏଭଳି ଘଟଣା ପରେ ଘଟଣା ସ୍ଥଳକୁ ବ୍ଲକ ଶିକ୍ଷା ବିଭାଗର ଏକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *