ଦେଶ- ବିଦେଶ

କ୍ଷମା କରି ମୋତେ ଗ୍ରହଣ କର : ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କୁ ଉତ୍ତରପ୍ରଦେଶ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ପଚରାଉଚରା କରିବାର ତିନିଦିନ ପରେ ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି। ଏହି ବ୍ୟକ୍ତିଙ୍କ ନାମ ‌ହେଉଛି ଫାହଦ ସୟେଦ ଅବ୍ବାସି।ସୀମା ଏହି ବ୍ୟକ୍ତିଙ୍କୁ ନେଇ କହିଛନ୍ତି, ‘ଫାହଦ ମୋର ଟିକେଟ ବୁକ କରି ଦେଇଥିଲେ। କିନ୍ତୁ ତାଙ୍କୁ ଏବିଷୟରେ ଜଣା ନଥିଲା କି ମୁଁ ଭାରତ ଯାଉଛି। ସେ କେବଳ ନେପାଳ ପର୍ଯ୍ୟନ୍ତ ଯିବା ପାଇଁ ମୋର ଟିକେଟ ବୁକ କରିଥିଲେ।  ଫାୟଦ ପାକିସ୍ତାନରେ ଜଣେ ଟ୍ରାଭେଲ ଏଜେନ୍ସି ଭାବେ କାମ କରନ୍ତି।

ପାକସ୍ତାନରେ ଏମିତି କୌଣସି ବି ବ୍ୟକ୍ତି ନଥିଲେ ଯିଏକି ମୋତେ ଭାରତ ଆସିବାରେ ସାହାଯ୍ୟ କରି ପାରି ଥାଆନ୍ତେ। ଫାହଦଙ୍କୁ ‌କେବଳ ଏତିକି ଜଣାଥିଲା କି ମୁଁ ନେପାଳ ଯାଉଛି। ଯଦି ମୁଁ ଭାରତ ଯାଉଛି ବୋଲି ସେ ଜାଣିଥାଆନ୍ତେ ସାହାଯ୍ୟ କରି ନଥାଆନ୍ତେ। ମୋର ଏକ ମାତ୍ର ସାଙ୍ଗ ଥିଲା ଯିଏକି ସଚିନଙ୍କ ବିଷୟରେ ଜାଣିଥିଲା।

କିନ୍ତୁ ମୁଁ ସଚିନଙ୍କ ପାଖକୁ ଭାରତ ଯାଉଛି ତାହା ସେ ଜାଣି ନଥିଲା।  ମୋର ଗୋଟିଏ ଭୁଲ କି ମୁଁ ପାକିସ୍ତାନରୁ ଭାରତ ସିଧାସଳଖ ଆସି ନାହିଁ। ନେପାଳ ରାସ୍ତା ଦେଇ ଭାରତ ଆସିଛି। କିନ୍ତୁ କ’ଣ କରିବି ବାଧ୍ୟ ଥିଲି ସେମିତି କରିବାକୁ। କାରଣ ଭାରତ ପାଇଁ ଭିସା ମିଳିଯାଉ, ସେଥିପାଇଁ ଅନେକ ଚେଷ୍ଟା କରିଛି। କିନ୍ତୁ ମିଳିଲା ନାହିଁ। ମୁଁ ପାକିସ୍ତାନରେ ଗୋଟିଏ ବି ମୁହୂର୍ତ୍ତ ଆଉ ରହିବାକୁ ଚାହୁଁ ନଥିଲି। ତେଣୁ ନେପାଳ ରାସ୍ତା ଦେଇ ଭାରତ ଆସିବାକୁ ସ୍ଥିର କରିଥିଲି। ଦୟାକରି ମୋତେ ଭୁଲ ବୁଝନ୍ତୁ ନାହିଁ। ମୋତେ ଗ୍ରହଣ କରି ନିଅନ୍ତୁ।’

Leave a Reply

Your email address will not be published. Required fields are marked *