ଦେଶ- ବିଦେଶ

ସ୍ବର ଉତ୍ତୋଳନ ଜାରି ରଖିବି : ରାଜେନ୍ଦ୍ର

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରିବା ପରେ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଥିବା ରାଜେନ୍ଦ୍ର ସିଂହ ଗୁଢ଼ା ଶନିବାର କହିଛନ୍ତି ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ଓ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବା ଜାରି ରଖିବେ ।“ଲୋକମାନେ ମୋ ସହିତ ରହିବେ, ମୁଁ ସେମାନଙ୍କ ପାଇଁ କାମ କରିବି। ସେ (ଅଶୋକ ଗେହଲଟ) ମୋତେ ମନ୍ତ୍ରିମଣ୍ଡଳରୁ ହଟାଇ ଦିଅନ୍ତୁ କିମ୍ବା ଜେଲ ପଠାଇବେ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କଥା ବାର୍ତ୍ତା ଜାରି ରଖିବି“ ସେ କହିଛନ୍ତି ।

ଗୁଢା ଆହୁରି ମଧ୍ୟ କହିଛନ୍ତି ଯେ ରାଜସ୍ଥାନରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ଏବଂ ମହିଳାଙ୍କ ଉପରେ ଅତ୍ୟାଚାରରେ ରାଜ୍ୟ ଏକ ନମ୍ବର ସ୍ଥାନରେ ରହିଛି । ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ମୁଁ ଅଶୋକ ଗେହଲଟଙ୍କୁ ଏହି ପ୍ରସଙ୍ଗରେ କିଛି କରିବାକୁ କହିବାକୁ ଚାହୁଁଥିଲି।

ମନ୍ତ୍ରୀ ପଦରୁ ବହିଷ୍କାର ହେବା ପୂର୍ବରୁ ଗୁଢା ଶୁକ୍ରବାର ବିଧାନସଭାରେ ଦେଇଥିବା ଅଭିଭାଷଣରେ କହିଥିଲେ, ଏହା ସତ ଏବଂ ଏହା ସ୍ୱୀକାର କରାଯିବା ଉଚିତ ଯେ ଆମେ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛୁ। ରାଜସ୍ଥାନରେ ମହିଳାଙ୍କ ଉପରେ ଅତ୍ୟାଚାର କାହିଁକି ବଢ଼ିଛି ତାହା ଦେଖିବା ପାଇଁ ମଣିପୁର ପରିବର୍ତ୍ତେ ନିଜ ରାଜ୍ୟକୁ ଦେଖିବା ଦରକାର। ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିଜେପି ମଧ୍ୟ ରାଜ୍ଯ ସରକାରଙ୍କୁ ଟାର୍ଗେଟ୍ କରିଥିଲା । ଏହା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *