ଦେଶ- ବିଦେଶ

ବାଦଲଫଟା ବର୍ଷା; ଭାସିଗଲେ ଶତାଧିକ ଗାଡ଼ି

ଜୁନାଗଡ଼ : ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ଜୁନାଗଡ଼ରେ ବାଦଲ ଫଟା ବର୍ଷା ଯୋଗୁଁ ସାଂଘାତିକ ପରିସ୍ଥିତି ଦେଖାଦେଇଛି । ବନ୍ୟା ପାଣିର ପ୍ରବାହ ଏତେ ଦ୍ରୁତ ଥିଲା ଯେ ରାସ୍ତାରେ ଚାଲୁଥିବା ଗାଡିଗୁଡିକ ଅତ୍ୟନ୍ତ ଅସହାୟଭାବେ ଭାସିଯାଇଥିଲେ । ପାଣିର ଦ୍ରୁତ ବେଗରେ ଅନେକ ପଶୁ ମଧ୍ୟ ଭାସି ଯାଇଥିଲେ। କେବଳ ଗୁଜରାଟ ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛି ଦିନ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ ଜୁନାଗଡ଼ରେ ବାଦଲ ଫାଟିବା ପରେ ମାତ୍ର ୪ ଘଣ୍ଟା ମଧ୍ୟରେ ୮ ଇଞ୍ଚ ବର୍ଷା ହୋଇଥିଲା, ଫଳରେ ପୂରା ସହର ଜଳମଗ୍ନ ହୋଇଯାଇଥିଲା । ସହର ସଂଲଗ୍ନ ପାହାଡ଼ିଆ ଅଞ୍ଚଳ ଗିରନାରରେ ୧୪ ଇଞ୍ଚ ବର୍ଷା ହୋଇଛି । ପାହାଡ଼ ଉପରୁ ପ୍ରବଳ ବେଗରେ ପାଣି ମାଡ଼ିଆସିବା ଫଳରେ ଗାଡ଼ି, ପଶୁମାନେ ଭାସିଯାଇଥିଲେ । ଜୀବନ ବଞ୍ଚାଇବା ପାଇଁ ଲୋକେ ନିଜ ଘରକୁ ପଳାଇଯାଇଥିଲେ ।

ଏପରି ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯିବା ସହ ବାହାରକୁ ନ ବାହାରିବାକୁ କୁହାଯାଇଛି । ୧୯୮୩ ପରେ ଜୁନାଗଡ଼ରେ ପ୍ରଥମ ଥର ପାଇଁ ଏପରି ରେକର୍ଡ ବର୍ଷା ହୋଇଛି ।

Leave a Reply

Your email address will not be published. Required fields are marked *