ଦେଶ- ବିଦେଶ

ଭାରତରେ ଶେଷ ହେଲା ‘ଜି-୨୦’ ବୈଠକ

ବେଙ୍ଗାଲୁରୁ: ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ କୌଣସି ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ ବିନା ବେଙ୍ଗାଲୁରୁରେ ଶୁକ୍ରବାର ଦିନ ଶେଷ ହୋଇଛି ‘ଗ୍ରୁପ୍‌ ଅଫ୍‌ ୨୦’ ଅଗ୍ରଣୀ ଅର୍ଥନୀତିମାନଙ୍କ ଅର୍ଥନୈତିକ ମୁଖ୍ୟମାନଙ୍କ ବୈଠକ।

ୟୁକ୍ରେନ୍‌ ସହିତ ଯୁଦ୍ଧ କରୁଥିବାରୁ ଅଧିକାଂଶ ରାଷ୍ଟ୍ର ମସ୍କୋକୁ ନିନ୍ଦା କରିଥିଲେ ବି ଚୀନ୍‌ ଓ ରୁଷ୍‌ ମିଳିତ ବିବୃତିରେ ସ୍ବାକ୍ଷର କରିବାକୁ ମନା କରି ଦେଇଥିଲେ।

ଯୁଦ୍ଧ ପ୍ରସଙ୍ଗ ଉତ୍ଥାପନ କରିବାକୁ ଭାରତ କୁଣ୍ଠିତ ହେଉଥିଲା। କିନ୍ତୁ, ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏହି ଆର୍ଥିକ ବୈଠକର କୌଣସି ଫଳାଫଳକୁ ସମର୍ଥନ କରିବାକୁ ହେଲେ ଯୁଦ୍ଧ ପ୍ରସଙ୍ଗ ଉତ୍ଥାପନ କରି ତାହାକୁ ନିନ୍ଦା କରିବା ଅତ୍ୟାବଶ୍ୟକ ବୋଲି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଜିଦ୍‌ କରିଥିଲେ।

ୟୁକ୍ରେନ୍‌ ପ୍ରସଙ୍ଗ ଉତ୍ଥାପନ କରି ମିଳିତ ବିବୃତିରେ ସ୍ବାକ୍ଷର କରିବା ଲାଗି ବାଧ୍ୟ କରି ‘ଜି୨୦’ ବୈଠକରେ ଅସ୍ଥିରତା ସୃଷ୍ଟି କରିଥିଲେ ବୋଲି ରୁଷ୍‌ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଉପରେ ଦୋଷାରୋପ କରିଛି।

ଭାରତର ବୈଦେଶିକ ମନ୍ତ୍ରାଳୟ ମଧ୍ୟ କହିଛି, ପାଶ୍ଚାତ୍ୟ ରାଷ୍ଟ୍ରସମୂହଙ୍କ ଅସ୍ଥିରତା ସୃଷ୍ଟି କରି ‘ଜି୨୦’ ଏହାକୁ ରୁଷ୍‌ ବିରୋଧୀ କାର୍ଯ୍ୟକ୍ରମରେ ପରିଣତ କରିଥିବାରୁ ଆମେ ଦୁଃଖିତ।

ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ବେଙ୍ଗାଲୁରୁ ବୈଠକ ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରେସ୍‌ ରିଲିଜ୍‌ର ଦୁଇଟି ପାରା ବାଲି ଘୋଷଣାନାମାରୁ ଗୃହୀତ ହୋଇଥିଲା। କିନ୍ତୁ, ତାହାକୁ ବାଦ ଦେବା ପାଇଁ ରୁଷ୍‌ ଓ ଚୀନ୍‌ ଦାବି କରିଥିଲେ। ଏଥର ସେ ଦୁଇଟି ପାରା ଚୂଡ଼ାନ୍ତ ଡକ୍ୟୁମେଣ୍ଟ୍‌ ହୋଇ ପାରିବ ନାହିଁ ବୋଲି ସେମାନେ କହିଥିଲେ।

ସୂଚନାଯୋଗ୍ୟ, ବାଲି ଘୋଷଣାନାମାରେ ଉଲ୍ଲେଖ ଥିଲା ଯେ, ଅଧିକାଂଶ ସଦସ୍ୟ ରାଷ୍ଟ୍ର ୟୁକ୍ରେନ୍‌ ଯୁଦ୍ଧକୁ ତୀବ୍ର ନିନ୍ଦା କରିବା ସହିତ ଏହା ମାନବୀୟ ଦୁର୍ଦ୍ଦଶାର କାରଣ ବୋଲି ଗୁରୁତ୍ବାରୋପ କରିଛନ୍ତି।

One thought on “ଭାରତରେ ଶେଷ ହେଲା ‘ଜି-୨୦’ ବୈଠକ

Leave a Reply

Your email address will not be published. Required fields are marked *