ରାଜ୍ୟ

ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ଝାଳବୁହା ଟଙ୍କାକୁ ଲୁଟ୍ କରି ରାଜକୀୟ ସୁଖ କରୁଥିବା

ମାଲିକ ମାନଙ୍କୁ ନାଲି ଆଖି ଦେଖାଇ ସେମାନଙ୍କର ଝାଳବୁହା ଟଙ୍କାକୁ ଲୁଟ୍ କରି ରାଜକୀୟ ସୁଖ କରୁଥିବା
ଲାଞ୍ଚୁଆ ଆଉ ‌ଲୁଟେରା IIC ଚିତ୍ତରଞ୍ଜନ ବେହେରା ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ଗଲେ ଜେଲ୍ ।
ତାଙ୍କ ଅପରାଧ ପାଇଁ ତାଙ୍କୁ ମିଳିଛି ୪ ବର୍ଷ ଜେଲ୍ । ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଦେବାକୁ ପଡିବ ଜୋରିମାନା । ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ଚିତ୍ତରଞ୍ଜନ ବେହେରା । ଖାଲି ସେତିକି ନୁହେଁ, ଏହି ଲାଞ୍ଚ ନେବା ଘଟଣାରେ ଚିତ୍ତରଞ୍ଜନଙ୍କୁ ସହଯୋଗ କରିଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ସ୍ଥାନୀୟ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇ ୪ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ଏକ ନାରୀ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତଙ୍କର ୩୦୭ ଦଫା କାଟିବାକୁ ଏହି ଲାଞ୍ଚୁଆ ପୋଲିସ ବାବୁ ଚିତ୍ତରଞ୍ଜନ ବେହେରା ୬ ହଜାର ଟଙ୍କା ଲାଞ୍ଚ ନେଇଥିଲେ ।ଗତ ୨୦୨୧ ମସିହା ଫେବୃଆରୀ ୨୬ ତାରିଖରେ ଏହି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଲାଞ୍ଚ ଟଙ୍କା ସହିତ ଢେଙ୍କାନାଳ ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଏହି ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ଲାଞ୍ଚ ନେବାରେ ସହଯୋଗ କରିଥିବା ପ୍ରକାଶ ମହାଳିକ ଓ ଲକ୍ଷ୍ମଣ ସେଠୀଙ୍କୁ କାବୁ କରି ଗିରଫ କରିଥିଲେ ।
ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ବୁଧବାର ଦିନ (Dt.19.07.2023) ରେ ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *