ଦେଶ- ବିଦେଶ

ପୁଣି ବିପଦ ସଙ୍କେତ ଡେଇଁଲା ଯମୁନା

ନୂଆଦିଲ୍ଲୀ,: ରାଜଧାନୀ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୁଧୁରିବାର ନାଁ ଧରୁନି। ରବିବାର ଯମୁନା ନଦୀର ଜଳ ସ୍ତର ପୁଣି ଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ଫଳରେ ପ୍ରଶାସନ ତଳି ଅଞ୍ଚଳଗୁଡିକୁ ସ୍ଥାନାନ୍ତର କରିବାକୁ ଘୋଷଣା କରିଛି। ଆଜି ଅପରାହ୍ନ ୪ଟାରେ ଯମୁନାର ଜଳସ୍ତର ୨୦୬.୩୧ ମିଟର ରେକର୍ଡ କରାଯାଇଛି। ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ପରେ ହାଥିନିଖୁଣ୍ଡ ବ୍ୟାରେଜରୁ ବନ୍ୟା ଜଳ ଛଡାଯାଇଛି। ଏହି କାରଣରୁ ଯମୁନାର ଜଳ ସ୍ତର ବୃଦ୍ଧି ପାଇଛି।
ଯମୁନା ଜଳସ୍ତର ଗତ କିଛି ଦିନ ହେବ ବିପଦ ସଙ୍କେତ ପାଖରେ ଅର୍ଥାତ୍‌ ୨୦୫.୩୩ ମିଟର ଥିଲା। ଜୁଲାଇ ୧୩ରେ ଏହା ରେକର୍ଡ ୨୦୮.୬୬ ମିଟରରେ ପହଞ୍ଚିଥିଲା

Leave a Reply

Your email address will not be published. Required fields are marked *