ଅପରାଧ

୭୦୦ କୋଟିର ସାଇବର ଠକେଇ

ହାଇଦ୍ରାବାଦ: ହାଇଦ୍ରାବାଦ ପୁଲିସ ଏକ ବଡ଼ ଠକେଇ ରାକେଟର ପର୍ଦ୍ଦାଫାସ କରିଛି ଯେଉଁଥିରେ ଗତ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପାଖାପାଖି ୧୫,୦୦୦ ଭାରତୀୟ ୭୦୦ କୋଟି ଟଙ୍କାରୁ ଅଧିକ ଠକେଇର ଶିକାର ହୋଇଛନ୍ତି । ଏହି ଟଙ୍କା ଦୁବାଇ ଦେଇ ଚୀନକୁ ପଠାଯାଇଥିଲା ଏବଂ ଏହାର କିଛି ଅଂଶ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଦ୍ୱାରା ପରିଚାଳିତ ଏକ ଆକାଉଣ୍ଟକୁ ମଧ୍ୟ ପଠାଯାଇଥିଲା ବୋଲି ପୁଲିସ କହିଛି।ହାଇଦ୍ରାବାଦର କିଛି ଲୋକଙ୍କ ଅଭିଯୋଗ ଆଧାରରେ ସାଇବର କ୍ରାଇମ ପୁଲିସ ଏକ ମାମଲା ରୁଜୁ କରିଥିଲା। ଏକ ମେସେଜିଂ ଆପ୍ ଜରିଆରେ ରେଟିଂ ଏବଂ ସମୀକ୍ଷା କାର୍ୟ୍ୟ ପାଇଁ ତାଙ୍କୁ ପାର୍ଟ ଟାଇମ୍ ଚାକିରି ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗକାରୀ କହିଛନ୍ତି। ଏହାକୁ ଅସଲି ବୋଲି ବିଶ୍ୱାସ କରି ସେ ସେମାନଙ୍କ ୱେବସାଇଟରେ ପଞ୍ଜୀକରଣ କରିଥିଲେ ଏବଂ ଠକେଇର ଶିକାର ହୋଇଥିଲେ।

ପୁଲିସ ଅନୁସାରେ, ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କିଛି ଚୀନ୍ ନାଗରିକଙ୍କ ସହ ସମ୍ପୃକ୍ତ ଥିଲେ ।

ହାଇଦ୍ରାବାଦ ପୋଲିସ କମିଶନର ସିଭି ଆନନ୍ଦ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଏ ସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ସତର୍କ କରାଇଦେଇଛୁ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟର ସାଇବର କ୍ରାଇମ ୟୁନିଟକୁ ସବିଶେଷ ସୂଚନା ଦିଆଯାଇଛି । ଏହା ଅତ୍ୟନ୍ତ ଆଶ୍ଚର୍ୟ୍ୟଜନକ କଥା ଯେ ଉଚ୍ଚ ତାଲିମପ୍ରାପ୍ତ ସଫ୍ଟୱେୟାର ପ୍ରଫେସନାଲମାନେ ମଧ୍ୟ ୮୨ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ।

Leave a Reply

Your email address will not be published. Required fields are marked *