ରାଜ୍ୟ

୫-ଟି ସ୍କୁଲ ସବୁ ଅସୁରକ୍ଷିତ ଅଭିଯୋଗ


ନିମାପଡ଼ା: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ୮ଟି ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରିତ କାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ୩ଟି ବିଦ୍ୟାଳୟ ରେ ନିମ୍ନମାନର କାର୍ଯ୍ୟ ହେବା ତଥ୍ୟ ପ୍ରମାଣ ଲୋକଲୋଚନ କୁ ଆସିବା ପରେ ଅନ୍ୟ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ କାର୍ଯ୍ୟକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଅସ୍ତରଙ୍ଗ ବ୍ଲକର ପଢ଼ିଆରୀ ବିଦ୍ୟାପୀଠ , କଣ୍ଟାପଡା ହାଇସ୍କୁଲ୍ ,ବନ୍ତୀଳ ସ୍ଥିତ ଜନତା ହାଇସ୍କୁଲ,ସୁନ୍ଦର ସ୍ଥିତ ସୁରେନ୍ଦ୍ରନାଥ ବିଦ୍ୟାପୀଠ,ନଈଗୁଆଁ ସ୍ଥିତ ବିନାୟକ ଦେବ ନୋଡାଲ ହାଇସ୍କୁଲ, ଅଠତିରା ସ୍ଥିତ ଐଶାନେଶ୍ୱର ବିଦ୍ୟାପୀଠ,ଅସ୍ତରଙ୍ଗ ହାଇସ୍କୁଲ,ଝାଡଲିଙ୍ଗ ହାଇସ୍କୁଲ ପ୍ରମୁଖ ୮ଟି ସ୍କୁଲରେ ରୂପାନ୍ତରିତ କାର୍ଯ୍ୟ ହୋଇଛି।ତନ୍ମଧ୍ୟରୁ ସର୍ବାଧିକ ୫ଟି ସ୍କୁଲର କାର୍ଯ୍ୟ କରିବାକୁ ଜଣେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ବ୍ଲକ ପ୍ରଶାସନ ଦାୟିତ୍ୱ ଦେଇଥିଲା । ତେବେ ଅଳ୍ପ ଦିନ ପରେ କଣ୍ଟାପଡା ହାଇସ୍କୁଲରେ ମାର୍ବଲ ଟାଇଲ୍ ଉଠିବା,ପଢ଼ିଆରୀ ବିଦ୍ୟାପୀଠ ଅଫିସ୍ ଗୃହର ସିଲିଂରୁ ପ୍ଳାଷ୍ଟର ଖସି ଶିକ୍ଷୟତ୍ରୀ ଓ ସିଆରସି ମୁଣ୍ଡ ଫାଟି ଆହତ ହେବା ଘଟଣା ଘଟିବା ସହ ପୁର୍ବରୁ ନଇଗୁଆଁ ବିଦ୍ୟାଳୟର ପାଚେରୀ ଭୁଶୁଡ଼ି ପଡ଼ିଥିଲା। ତେବେ ଅନ୍ୟ ବିଦ୍ୟାଳୟ ଗୁଡ଼ିକର କାର୍ଯ୍ୟ କେମିତି ହୋଇଥିବ ତାହା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନଈଗୁଆଁ ବିନାୟକ ଦେବ ହାଇସ୍କୁଲ କାର୍ଯ୍ୟରେ କାନ୍ଥରୁ ଟାଇଲ୍ ଉଠି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଏଠାରେ ସରପଞ୍ଚ ଅଭିଯୋଗ ଆଣିବାରୁ ତାଙ୍କ ସ୍ବାମୀଙ୍କ ନାମରେ ବ୍ଲକ ପ୍ରଶାସନ ପକ୍ଷରୁ ଥାନାରେ ମିଥ୍ୟା ମାମଲା ରୁଜ୍ଜୁ ହୋଇଥିଲା । ରୂପାନ୍ତରିତ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିମ୍ନମାନର କାର୍ଯ୍ୟ ହେବା ଓ ଏଥିପାଇଁ କିଭଳି ଠିକାଦାର ଚୟନ କରାଗଲା ତାହାକୁ ନେଇ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରତି ୫ଟି ବିଦ୍ୟାଳୟ କାର୍ଯ୍ୟ ପାଇଁ ୪୫ ଲକ୍ଷ ଟଙ୍କା ଅନୁଦାନ ଉକ୍ତ ବିଦ୍ୟାଳୟ ଆକାଉଣ୍ଟକୁ ଆସିବା ପରେ ସେଥିରୁ ୩୫ ଲକ୍ଷ ଟଙ୍କା ବ୍ଲକ ଆକାଉଣ୍ଟକୁ
ଟ୍ରାନସଫର ହୋଇଛି। ଉକ୍ତ କାର୍ଯ୍ୟ ସବୁକୁ ଶାସକ ଦଳ ସମର୍ଥକ ଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ଗୁଡ଼ିକ ରେ ନୂଆ ଗୃହ କରାଯିବା ବଦଳରେ ପୁରୁଣା ଗୃହ କାନ୍ଥ, ଛାତ ରେ ରଙ୍ଗ ବୋଳି, ଛୋଟ ଛୋଟ କାମ କରାଯାଇ, ଚଟାଣ ଓ ବାରେଣ୍ଡା ରେ ଟାଇଲ ପକାଯାଇ କାର୍ଯ୍ୟ ଶେଷ କରାଯାଇଥିଲା। କାର୍ଯ୍ୟ କୁ ବ୍ଲକ ର କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ବିଡିଓ ପ୍ରମୁଖ ତଦାରଖ କରିବାକୁ ନିୟମ ରହିଥିବାବେଳେ ଏଠାରେ କେହି ବି କାର୍ଯ୍ୟ ତଦାରଖ କରି ନଥିଲେ ବୋଲି ବିଭିନ୍ନ ଗ୍ରାମ ର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଉପର ଠାରୁ ତଳ କର୍ମଚାରୀ ସମସ୍ତେ ନିଜ ନିଜ ପିସି ନେଇ ଚୁପ ବସିଛନ୍ତି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ଏବେ ଗୋଟିଏ ପରେ ଗୋଟିଏ ବିଦ୍ୟାଳୟ ରେ ଅଘଟଣ ଘଟିବାରେ ଲାଗିଛି। ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଫାଇବ ଟି
ଯୋଜନା ରେ ହୋଇଥିବା ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ସବୁ ର ଭିଜିଲାନ୍ସ ତଦନ୍ତ କରିବାକୁ ଶତାଧିକ ଅଭିଭାବକ ଙ୍କ ସହିତ ଅସ୍ତରଙ୍ଗ ମିଡ଼ିଆ ଫୋରମ୍ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *