ଦେଶ- ବିଦେଶ

ମୋ ୩ୟ ପାଳିରେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନ୍ (ଆଇଟିପିଓ) କ୍ୟାମ୍ପସ୍ ଭାରତ ମଣ୍ଡପମ୍କୁ ଉଦଘାଟନ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଏହି କମ୍ପ୍ଲେକ୍ସରେ ଆୟୋଜନ ହେବ ଯେଉଁଥିରେ ବିଶ୍ୱନେତାମାନେ ଯୋଗ ଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ତୃତୀୟ ପାଳିରେ ଭାରତର ଅର୍ଥନୀତି ୩ ନମ୍ବର ହେବ ଏବଂ ଏହା ତାଙ୍କ ଗ୍ୟାରେଣ୍ଟି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେ ଯେତେବେଳେ ପ୍ରଧାନମନ୍ତ୍ରୀଭାବେ କ୍ଷମତାକୁ ଆସିଥିଲେ ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥାନ ୧୦ ନମ୍ବର ଥିଲା । ଏବେ ଦ୍ୱିତୀୟ ପାଳିରେ ଦେଶ ୫ ନମ୍ବର ଅର୍ଥନୀତିରେ ଅଛି । ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ତୃତୀୟ ପାଳିରେ ଭାରତ ଅଧିକ ବିକଶିତ ହେବ ଏବଂ ଆପଣମାନେ ମୋର ତୃତୀୟ ପାଳିରେ ଆପଣଙ୍କ ସ୍ୱପ୍ନ ପୂରଣ ହେଉଥିବା ଦେଖିବେ ।

ମୋଦୀ କହିଛନ୍ତି ଯେ, ନୂଆ ବିମାନବନ୍ଦର, ନୂଆ ଏକ୍ସପ୍ରେସ୍ ୱେ, ନୂଆ ରେଳ ପଥ, ନୂଆ ପୋଲ ଏବଂ ନୂତନ ଡାକ୍ତରଖାନା କ୍ଷେତ୍ରରେ ଭାରତର କାର୍ଯ୍ୟର ପରିମାଣ ପ୍ରକୃତରେ ଅଭୂତପୂର୍ବ । ଆଜି ଆମେ ସ୍ୱପ୍ନକୁ ସାକାର କରୁଛୁ। ପ୍ରତ୍ୟେକ ଭାରତୀୟ ଏହି ଭାରତ ମଣ୍ଡପମକୁ ନେଇ ଖୁସି ଅଛନ୍ତି । ଭାରତ ମଣ୍ଡପମ୍ ଭାରତର ସାମର୍ଥ୍ୟ ଏବଂ ନୂତନ ଶକ୍ତିର ପ୍ରତୀକ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *