ରାଜ୍ୟ

କାରଗିଲ ବିଜୟ ଦିବସ ପାଳିତ


ନିମାପଡ଼ା: ୧୯୯୯ ମସିହା ମେ ମାସରେ କାରଗିଲ ଯୁଦ୍ଧ ସାରା ଦେଶବାସୀଙ୍କ ହୃଦୟରେ ସୃଷ୍ଟି କରିଥିଲା ଏକ ଅପୂର୍ବ ଶିହରଣ। ଭାରତ ପାକିସ୍ଥାନ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ହୋଇଥିଲା ଛାୟା ଯୁଦ୍ଧ।ସାରଭୌମତ୍ବ ରକ୍ଷା ନିମନ୍ତେ ଭାରତୀୟ ସେନା ଘୋଷଣା କରିଥିଲା ‘ଅପରେସନ ବିଜୟ’। ଏହି ଅପରେସନରେ ସେନା ବାହିନୀର ୫୨୪ ଜଣ ବୀରଯବାନ ସହିଦ ହୋଇଥିଲେ।୧୩୬୫ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ସହୀଦ ଯବାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳୀ ଜଣାଇବା ଉଦ୍ଦେଶ୍ୟରେ ଅସ୍ତରଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏନ ସି ସି ସେକେଣ୍ଡ ଅଫିସର ପ୍ରିୟବ୍ରତ ପରିଡ଼ାଙ୍କ ନେତୃତ୍ବରେ ଏନସି ସି କ୍ୟାଡେଟ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ନିରାଡମ୍ବର ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ। କାରଗିଲ ଯୁଦ୍ଧର ଲୋମ ଟାଙ୍କୁରା ଯୁଦ୍ଧ ବିଭୀଷିକାର ତଥ୍ୟ ସେକେଣ୍ଡ ଅଫିସର ପ୍ରିୟବ୍ରତ ପରିଡ଼ା କ୍ୟାଡେଟ ମାନଙ୍କୁ ଅବଗତ କରାଇବା ସହ ପାକିସ୍ଥାନର ବର୍ବୋରଚିତ ଅମାନୁଷିକ ଆକ୍ରମଣର ସବିଶେଷ ତଥ୍ୟ ପ୍ରକାଶ କରିଥଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଅଶୋକ ମହାନ୍ତି, ପ୍ରିୟଙ୍କା ପ୍ରିୟଦର୍ଶିନୀ ବିଶ୍ଵାଳ, ଅର୍ପିତା ପ୍ରିୟଦର୍ଶିନୀ, ଅର୍ଚ୍ଚନା ଶତପଥୀ, ଝରଣା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *