ମୁଖ୍ୟ ଖବର

ପ୍ରଶ୍ନପତ୍ର ଲିକ୍‌ ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ପୁଣି ୮ ଜଣ ଗିରଫ

ବାଲେଶ୍ବର: ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୁଣି ୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥିରେ ମୁଖ୍ୟ ଅଭିଯୁକ୍ତ ବି ସାମିଲ ରହିଛି। ଏଥି ସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଅଭିଯୁକ୍ତଙ୍କର ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି। ଗୁରୁବାର ଅପରାହ୍‌ଣରେ ବାଲେଶ୍ବର ଏସ୍‌ଏସ୍‌ ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ବିହାରର ବିଶାଳ କୁମାର (୩୫), ବିକାଶ କୁମାର (୩୫), ପଶ୍ଚିମବଙ୍ଗର ବୀରେନ୍ଦ୍ର ସିଂହ (୫୩), ଗଂଜାମର ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ (୩୩), ପଟ୍ଟ ସୁନୀଲ (୩୩), ଯାଜପୁରର ସୁଶାନ୍ତ କୁମାର ସାହୁ (୪୨), ବାଲେଶ୍ବରର ବଟକୃଷ୍ଣ ବେହରୋ (୩୯) ଓ ପ୍ରସନଜୀତ ସାହୁ ଓରଫ ବାପୁନ (୨୮)। ଏହି ମାମଲାରେ ପୂର୍ବରୁ ପୁଲିସ ବିହାରର ବିଜେନ୍ଦ୍ର କୁମାର (୩୯), ରାଜ କୁମାର (୩୬), ଦୀପକ କୁମାର (୨୫), ଅଜୟ କୁମାର (୩୧), ଆନ୍ଧ୍ରପ୍ରଦେଶର ମହମ୍ମଦ କେ ସିଦ୍ଦିକି(୩୫), ଓଡ଼ିଶାର ବିଶ୍ବରଂଜନ ମହାପାତ୍ର (୩୯), ମହମ୍ମଦ କମିରୁଦ୍ଦିନ (୩୮), ମୁସ୍ତାକିମ ଖାନ୍‌ (୨୩) ଓ ଶାହିନା ପରୱିନ୍‌ (୨୯)ଙ୍କୁ ଗିରଫ କରିଥିଲା।ବାଲେଶ୍ବର ଏସ୍‌ପି କହିଛନ୍ତି ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ବୋଲି ଗଣାମଧ୍ୟମର ପ୍ରତିନିଧିଙ୍କୁ ସେ କହିଛନ୍ତି। ଓଡ଼ିଶା ବାହାରେ ଓଏଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ପ୍ରିଣ୍ଟି ହୋଇଥିଲା। ୯ରୁ ୧୧ ତାରିଖ ମଧ୍ୟରେ ପ୍ରିଣ୍ଟିଂ ପ୍ରେସର ଜଣେ ହେଲ୍‌ପର ପ୍ରଶ୍ନପତ୍ର ଲିକ୍‌ କରିଥିଲା। ସେ ପ୍ରେସରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲା। ମାଷ୍ଟରମାଇଣ୍ଡ  ଜଣକ ବିହାରର ଜଣେ ସରକାରୀ ଅଧିକାରୀ ବୋଲି ଜଣାପଡ଼ିଛି। ଏହି ମାମଲାରେ ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ମଧ୍ୟସ୍ଥି କରିଥିଲେ। କୌଣସି କୌଣସି ସରକାରୀ କର୍ମଚାରୀଙ୍କ ସଂପୃକ୍ତି ଜଣାପଡ଼ିନି।

Leave a Reply

Your email address will not be published. Required fields are marked *