ମନୋରଞ୍ଜନ

କରୀନା କପୁରଙ୍କୁ ଅହଂକାରୀ କହିଲେ ନାରାୟଣ ମୂର୍ତ୍ତି

ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଏକ ପୁରୁଣା ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନଙ୍କୁ ଅହଂକାରୀ ବୋଲି କହିଛନ୍ତି।
ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଧାଙ୍କ ସହ ମୁଖ୍ୟ ଅତିଥି ଭାବରେ ଆଇଆଇଟି କାନପୁରରେ ପହଞ୍ଚିଥିଲେ। ଏହି ସମୟରେ ନାରାୟଣ କହିଥିଲେ, ଦିନେ ମୁଁ ଲଣ୍ଡନରୁ ଆସୁଥିଲି ଏବଂ କରୀନା କପୁର ମୋ ପାଖରେ ଥିବା ସିଟରେ ବସିଥିଲେ। ଅନେକ ଲୋକ ତାଙ୍କ ପାଖକୁ ଆସି ହେଲୋ କଲେ। କିନ୍ତୁ କରୀନା ସେମାନଙ୍କୁ ଉତ୍ତର ମଧ୍ୟ ଦେଲେ ନାହିଁ। ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲ। ଯିଏ ମୋ ପାଖକୁ ଆସିଲା, ମୁଁ ଠିଆ ହେଲି ଏବଂ ଆମେ ଏକ ମିନିଟ କିମ୍ବା ଅଧ ମିନିଟ ପାଇଁ ଆଲୋଚନା କଲୁ। ତାହା ହିଁ ସେମାନେ ଆଶା କରୁଥିଲେ। କରୀନାଙ୍କ ଅହଙ୍କାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।
ଏହି ସମୟରେ ସୁଧା ମୂର୍ତ୍ତି ସ୍ବାମୀଙ୍କୁ ଅଟକାଇ କହିଥିଲେ, କରିନାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ନିଶ୍ଚୟ ଥକି ଯାଇଥିବେ। ଏକ ସଫ୍ଟୱେର୍‌ କମ୍ପାନୀର ମାଲିକ ଭାବରେ ମୁର୍ତ୍ତୀଙ୍କର ୧୦,୦୦୦ ଫଲୋଅର୍ସ ଥିବେ କିନ୍ତୁ ଜଣେ ଚଳଚ୍ଚିତ୍ର ଅଭିନେତ୍ରୀଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଥିବେ। ସୁଧାଙ୍କ ଏହି କଥାରେ ସେଠାରେ ଉପସ୍ଥିତ ଛାତ୍ରୀଛାତ୍ରମାନେ ହସିଥିଲେ ଏବଂ କରତାଳି ଦେଇଥିଲେ। ଏହା ସତ୍ତ୍ୱେ ନାରାୟଣ ମୂର୍ତ୍ତି ନିଜର ମତ ବଦଳାଇ ନ ଥିଲେ। ସେ କହିଥିଲେ, ଯଦି ଯଦି ଭଲ ପାଇବା ଦେଖାଉଛି, ତାକୁ ମଧ୍ୟ ଭଲ ପାଇବା ମିଳିବା ଆବଶ୍ୟକ। ମୁଁ ଭାବୁଛି ଏହା ବହୁତ ଗୁରୁତ୍ୱପୂର୍ଣ୍ଣ।
କରୀନା କପୁର ୨୩ ବର୍ଷ ଧରି ବଲିଉଡରେ ସକ୍ରିୟ ଅଛନ୍ତି। ତାଙ୍କୁ ଜଣେ ସଫଳ ବଲିଉଡ ଅଭିନେତ୍ରୀ ଭାବେ ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *