ଦେଶ- ବିଦେଶ

ଫୁସଫୁସ କର୍କଟ ଚିହ୍ନଟ କରିବ କ୍ଷୁଦ୍ର ରୋବର୍ଟ

ଲଣ୍ଡନ : ଫୁସଫୁସ କର୍କଟ ଚିକିତ୍ସାରେ ଲିଡ୍ସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ବଡ଼ ସଫଳତା ହାସଲ କରିଛନ୍ତି। ଗବେଷକମାନେ ୨ ମିଲିମିଟର ବ୍ୟାସ ( ଏକ ୫ ଟଙ୍କିଆ କଏନର ମୋଟେଇଠାରୁ ବି ସାନ ) ବିଶିଷ୍ଟ ଏକ ରୋବୋଟ୍ ବିକଶିତ କରିଛନ୍ତି, ଯାହା ଗଭୀରକୁ ଯାଇ କର୍କଟ ରୋଗର ଲକ୍ଷଣ ଚିହ୍ନଟ କରି ଚିକିତ୍ସା କରିବାରେ ସକ୍ଷମ ହୋଇପାରୁଛି । ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ ଅଲଟ୍ରା ସଫ୍ଟ ଟେଣ୍ଟାକ୍ଲ ରୋବୋଟ୍ ସବୁଠାରୁ ଛୋଟ ବ୍ରୋଙ୍କିଆଲ ଟ୍ୟୁବ୍ ରେ ପହଞ୍ଚି ଏହାର ଚିକିତ୍ସାରେ ସାହାଯ୍ୟ କରିପାରେ । ଲିଡ୍ସର ଷ୍ଟ୍ରୋମ୍ ଲ୍ୟାବର ଡାକ୍ତର, ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏହି ରୋବଟ୍ କୁ ବିକଶିତ କରିଛନ୍ତି। ଏହି ଆବିଷ୍କାର କର୍କଟ ରୋଗର ସଠିକ ଚିକିତ୍ସାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।

ଗବେଷକମାନେ କହିଛନ୍ତି ଯେ ମୃତ ଦେହର ଫୁସଫୁସରେ ପରୀକ୍ଷା ବେଳେ ଏହି ରୋବଟ୍ ବର୍ତ୍ତମାନର ଉପଲବ୍ଧ ଡିଭାଇସ୍ ଠାରୁ ୩୭% ଗଭୀର ଯାଇ କର୍କଟ ରୋଗ ଚିହ୍ନଟ କରିଥିଲା। ଏହି ଯାତ୍ରା ସମୟରେ ଏହା ଏହାର ଟିସୁକୁ ବହୁତ କମ୍ କ୍ଷତି ପହଞ୍ଚାଇଥାଏ । ବାୟୋପ୍ସି ସମୟରେ ମ୍ୟାଗ୍ନେଟିକ୍ ଟେଣ୍ଟାକ୍ଲ ରୋବଟ୍ ଫୁସଫୁସ ଭିତରେ ନେଭିଗେସନ୍ କୁ ସଠିକ୍ ଭାବରେ ଖେଳିଥିଲା। ଏହି ରୋବୋଟ୍ ଏକ ସୁସ୍ଥ ଅଙ୍ଗକୁ କ୍ଷତି ନପହଞ୍ଚାଇ କେବଳ ଟ୍ୟୁମର କୋଷକୁ ଟାର୍ଗେଟ କରିଥାଏ।

ୟୁରୋପୀୟ ଗବେଷଣା ପରିଷଦ ଦ୍ୱାରା ଅନୁଦାନପ୍ରାପ୍ତ ଏହି ଗବେଷଣା ଜୁଲାଇ ୨୭ ରେ ଇଞ୍ଜିନିୟରିଂ କମ୍ୟୁନିକେସନରେ ପ୍ରକାଶ ପାଇଛି । ଏହା ମାନବ ଇତିହାସ ପାଇଁ ଅତ୍ୟନ୍ତ ବୈପ୍ଳବିକ ସାବ୍ୟସ୍ତ ହୋଇପାରେ ବୋଲି ଲ୍ୟାବର ନିର୍ଦ୍ଦେଶକ ପ୍ରଫେସର ପିଏଟ୍ରୋ ଭାଲଦାସ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *