ଦେଶ- ବିଦେଶ

ଭାରତ ଫେରିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ’ : ଅଞ୍ଜୁ

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ଆସିଥିବା ଅଞ୍ଜୁଙ୍କୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାରର ଖବର ପ୍ରକାଶ ପାଉଛି । ନିକଟରେ ଅଞ୍ଜୁ ଦୁଃଖ ବଖାଣି କହିଛନ୍ତି, ‘‘ମୋତେ ଭାରତ ଆସିବା ଅବସ୍ଥାରେ ରଖି ନାହାନ୍ତି ସ୍ବାମୀ। ସେ ମୋ ନାମରେ ଏମିତି ଅପପ୍ରଚାର କରିଛନ୍ତି, ଯାହାଫଳରେ ମୋତେ ସେଠାରେ କେହି ଗ୍ରହଣ କରିବେ ନାହିଁ ।ଏଭଳି ପରିସ୍ଥିତିରେ ମୁଁ ଭାରତ ଯାଇ କାହିଁକି ହନ୍ତସନ୍ତ ହେବି? ଦେଖିବାକୁ ଗଲେ ମୁଁ ପାକିସ୍ତାନରେ ସୁରକ୍ଷିତ ଅଛି। କେହି ମୋ ଉପରେ କୌଣସି ଚାପ ପକାଉ ନାହାନ୍ତି। ମୁଁ ସ୍ବାଧୀନ ଭାବେ ଏଠାରେ ରହୁଛି।’’ ଉପରୋକ୍ତ ମନ୍ତବ୍ୟ ଦେଇ ଅଞ୍ଜୁ ଏକପ୍ରକାର ସ୍ପଷ୍ଟ କରିଛନ୍ତି ଯେ ସେ ପାକିସ୍ତାନରୁ ଭାରତ ଫେରିବାକୁ ଚାହୁନାହାନ୍ତି। ପୁଣି ଏଥିପାଇଁ ସେ ନିଜ ସ୍ବାମୀଙ୍କ ଉପରେ ଦୋଷ ଲଦିଛନ୍ତି।ଉଲ୍ଲେଖଯୋଗ୍ୟ, ରାଜସ୍ଥାନରୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁ ଖ୍ରୀଷ୍ଟିୟାନ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ଧର୍ମ ପରିବର୍ତ୍ତନ ପରେ ପାକିସ୍ତାନ ଖେବର-ପଖତୁନଖ୍ବାର ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିଛନ୍ତି ଅଞ୍ଜୁ ।

Leave a Reply

Your email address will not be published. Required fields are marked *