ରାଜ୍ୟ

୪୧୦ ଜଣଙ୍କୁ ୨ କୋଟି ୨୬ ଲକ୍ଷ ଟଙ୍କାର ସହାୟତା


ନିମାପଡ଼ା: ଆଜି ପୁରୀ ଜିଲ୍ଲା ନିମାପଡ଼ା ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପ ଠାରେ ନିମାପଡ଼ା ଓ ଗୋପ ବ୍ଲକ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟକ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ବିଧାୟକ ସମିର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୪୧୦ ଜଣ ହିତାଧିକାରୀଙ୍କୁ ୨ କୋଟି ୨୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ୧୦୦ ଜଣଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରିଥିଲେ ।ଏହି ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ,ଜିଲ୍ଲା ପରିଷଦ ପ୍ରଦୀପ୍ତ ଖଟୋଇ, ଏନଏସି ବିଜେଡ଼ି ସଭାପତି ଜିବନାନନ୍ଦ ମହାପାତ୍ର ଙ୍କ ସମେତ ଉଭୟ ବ୍ଲକ ର ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *