ଅପରାଧ

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ଗତ ଦୁଇ ଦିନ ପୂର୍ବରୁ ନିଖୋଜ ଥିବା ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳର ସାବିଲିୟତ ହରପାଲ। କଣ୍ଟାବାଞ୍ଜି ସହରରେ ରହି ସାବିଲିୟତ କାମ କରୁଥିଲେ। ତେବେ ଆଜି ସକାଳେ ବୀର୍ଣ୍ଣା ଗାଁ ଯିବା ରାସ୍ତା ପତରା ଜଙ୍ଗଲରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସେହି ପାଖରେ ଥିବା ଖେଳ ପଡିଆରେ ଖେଳୁଥିବା ଯୁବକମାନେ ଜାଣିଥିଲେ।ସେମାନେ ଏନେଇ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପାଖରେ ତାଙ୍କ ମୋଟର ସାଇକେଲ ଓ ବ୍ୟାଗ ରହିଥିବା ଦେଖିବାକୁ ମିଳିଛି। କିଛି ଦିନ ପୂର୍ବରୁ ସେ କାମକୁ ଆସୁନଥିବା ଯୋଗୁ ତାଙ୍କ ବ୍ରାଞ୍ଚ ମ୍ୟାନେଜର ଥାନାରେ ନିଖୋଜ ଥିବା ନେଇ ଏତଲା ଦେଇଥିଲେ।

Leave a Reply

Your email address will not be published. Required fields are marked *