ମୁଖ୍ୟ ଖବର

ବିସ୍ଫୋରଣରେ ଥରିଲା ପାକିସ୍ତାନ: ବିସ୍ଫୋରଣରେ ୩୫ରୁ ଉର୍ଦ୍ଧ ମୃତ

ଲାହୋର: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ କମିବାର ନାମ ନେଉନାହିଁ। ତାଜା ସୂଚନା ମୁତାବକ ପାକିସ୍ତାନର ଖୈବର ପାଖତୁନଖ୍ବା ଅଞ୍ଚଳର ବାଜୋରରେ ବୋମା ବିସ୍ଫୋରଣ ହୋଇଛି | ମିଳିଥିବା ସୂଚନା ମୁତାବକ ଏହି ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୧୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି | ରିପୋର୍ଟ ଅନୁଯାୟୀ, ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲ୍ ନାମକ ରାଜନୈତିକ ଦଳର କର୍ମୀ ସମ୍ମିଳନୀ ଚାଲିଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା | ପୁଲିସର ସୂଚନାନୁସାରେ, ଆତଙ୍କବାଦୀମାନେ ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲ ବୈଠକକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରିଥିଲେ।ବଡ଼କଥା ଯେ ଏହି ବିସ୍ଫୋରଣରେ ଜାମିଆତ୍ ଉଲେମା-ଏ-ଇସଲାମ-ଫଜଲର ବରିଷ୍ଠ ନେତା ମୌଲାନା ଜୀୟାଉଲ୍ଲାହଙ୍କ ମୃତ୍ୟୁ ମଧ୍ୟ ଘଟିଛି | ଦୁର୍ଘଟଣାସ୍ଥଳରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଗୁରୁତର ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ପେଶୱାର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି | ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ, ବିସ୍ଫୋରଣ କିପରି ଘଟିଲା ପୁଲିସ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ। ବିସ୍ଫୋରଣ ପରେ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ବିସ୍ଫୋରଣର ବର୍ବରତା ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *