ରାଜ୍ୟ

ବଜ୍ରାଘାତରେ ୨ ମୃତ ,ଦୁଇ ଆହତ


ନିମାପଡ଼ା: ରବିବାର ସନ୍ଧ୍ୟାରେ ବଜ୍ରାଘାତରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ପାଟଳଦା ଓ ସହନ ଗ୍ରାମର ଦୁଇ ଜଣ ଆହତ ହୋଇ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ପାଟଳଦା ଗ୍ରାମର ଅଶୋକ କୁମାର ମଲ୍ଲିକ ଚିଙ୍ଗୁଡ଼ି ଘେରିରେ ଥିବାବେଳେ ବଜ୍ରାଘାତରେ ଅଚେତ ହୋଇପଡିଥିଲେ । ସହନ ଗାଁ ନିକଟରେ ନୋଳିଆ ସାହିର କେ. କଲ୍ୟାଣି ଆହତ ହୋଇ ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଉଭୟ ସୁସ୍ଥ ଥିବା ଜଣାପଡିଛି ।ସେହିପରି ଶିଖରଘାଟ ସୁନିଦା ନିକଟରେ ନିକଟସ୍ଥ ମଠକୂଳ ସାହି ର ସାହାଜି କାଣ୍ଡି ଏବଂ ତାଙ୍କ ପୁଅ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରାଘାତ ଘଟିଥିଲା। ଏଥିରେ ବାପ ପୁଅ ଙ୍କର ମୃତ୍ୟୁ ଘଟିଛି ।

Leave a Reply

Your email address will not be published. Required fields are marked *