ଦେଶ- ବିଦେଶ

ପୋଲାଣ୍ଡକୁ ତୈଳ ଯୋଗାଣ ବନ୍ଦ କଲା ରୁଷିଆ

କ୍ୱିଭ,: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର କୌଣସି ରାସ୍ତା ଏପର୍ଯ୍ୟନ୍ତ ନଜର ଆସୁନାହିଁ । ଏବେ ଏହି ଯୁଦ୍ଧର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ପଡୁଥିବା ପରିଲକ୍ଷିତ ହୋଇଛି । ଏହି ଯୁଦ୍ଧ କାରଣରୁ ୟୁରୋପୀୟ ଦେଶରେ ଶକ୍ତି ସଙ୍କଟରୁ ଆରମ୍ଭ କରି ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ରୁଷିଆ ଏବେ ପୋଲାଣ୍ଡ ପାଇଁ ପାଇପଲାଇନ ତୈଳ ଯୋଗାଣକୁ ବନ୍ଦ କରି ଦେଇଛି ।
ପୋଲାଣ୍ଡର ରିଫାଇନର ପିକେଏନ ଓଲେନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶନିବାର କହିଛନ୍ତି ଯେ ରୁଷିଆ ଦ୍ରୁଜବା ପାଇପଲାଇନ ମାଧ୍ୟମରେ ପୋଲାଣ୍ଡକୁ ତୈଳ ଯୋଗାଣ ବନ୍ଦ କରି ଦେଇଛି । ଏହି ଶୂନ୍ୟସ୍ଥାନକୁ ପୁରଣ କରିବାକୁ କମ୍ପାନୀ ବିକଳ୍ପ ଉତ୍ସର ଅନୁସନ୍ଧାନ କରୁଛି । ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ୟୁରୋପୀୟ ସଂଘର ପ୍ରତିନିଧି ପାଇପ ଲାଇନ ମାଧ୍ୟମରେ ତୈଳଯୋଗାଣକୁ ବାଦ ଦେଇଥିଲେ, କିନ୍ତୁ ପୋଲାଣ୍ଡ ପ୍ରଥମ ଲିଓପାର୍ଡ ଟ୍ୟାଙ୍କ ଦେବାର ଗୋଟିଏ ଦିନ ପରେ ରୁଷିଆ ଏହି ତୈଳ ଯୋଗାଣକୁ ବନ୍ଦ କରି ଦେଇଛି । ଯଦିଓ ପୋଲାଣ୍ଡ ଏହାକୁ ଚିନ୍ତାଜନକ ବୋଲି କହିନାହିଁ ।

Leave a Reply

Your email address will not be published. Required fields are marked *