ଦେଶ- ବିଦେଶ

ଲାଲୁଙ୍କ ପରିବାରର ୬ କୋଟିର ସଂପତ୍ତି ଜବତ

ନୂଆଦିଲ୍ଲୀ: ‘ଜମି ପାଇଁ ଚାକିରି’ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।  ଏହି ମାମଲାରେ ସିବିଆଇ ଟିମ୍ ଲାଲୁଙ୍କ ପରିବାରର ଅନେକ ସଦସ୍ୟଙ୍କୁ ପଚରାଉଚରା କରିଛି ।

ଲାଲୁ ପ୍ରସାଦଙ୍କ ପରିବାର କହିଛନ୍ତି ଯେ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର । ଏହାର ଅଂଶ ସ୍ୱରୂପ ପୁଣି ଥରେ ‘ଜମି ପାଇଁ ଚାକିରି’ ପ୍ରସଙ୍ଗ ଉଠିଛି। ଅତୀତରେ ସିବିଆଇ ଏହି ମାମଲାର ଦୁଇଥର ତଦନ୍ତ କରିଛି ଏବଂ କୌଣସି ପ୍ରମାଣ ପାଇନାହିଁ। ଏହାପରେ ସିବିଆଇ ଏହି ମାମଲାକୁ ବନ୍ଦ କରିଦେଇଥିଲା। ତେବେ ଏବେ ସିବିଆଇ ପୁଣି ଥରେ ଏହି ମାମଲାରେ ପଚରାଉଚରା କରୁଛି ଏବଂ କ’ଣ ଜାଣିବାକୁ ଚେଷ୍ଟା କରୁଛି ?

ଗତ ମେ ମାସରେ ‘ଲ୍ୟାଣ୍ଡ ଫର୍ ଜବ୍’ ମାମଲାରେ ସିବିଆଇ ଟିମ୍ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଥିଲା। ପାଟନା, ଆରା, ଭୋଜପୁର, ଦିଲ୍ଲୀ ଓ ଗୁରୁଗ୍ରାମରେ ସିବିଆଇ ଚଢ଼ାଉ କରିଥିଲା। ବିହାରର ପୂର୍ବତନ ମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତାଙ୍କ ଘରେ ମଧ୍ୟ ସିବିଆଇ ଚଢ଼ାଉ କରିଥିଲା । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ସହଯୋଗୀ କିରଣ ଦେବୀଙ୍କ ପାଟନା ଓ ଆରାସ୍ଥିତ ବାସଭବନରେ ମଧ୍ୟ ସିବିଆଇ ଚଢ଼ାଉ କରିଥିଲା ।

Leave a Reply

Your email address will not be published. Required fields are marked *