ମନୋରଞ୍ଜନ

ବର୍ଷାକୁ କୋର୍ଟରେ ଜେରା

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି ଜେରାର ଶେଷ ଦିନରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ପାରିବାରିକ ବିବାଦ ମାମଲାରେ କିଛି ପ୍ରଶ୍ନ ପଚାରିଥିବାବେଳେ ଜେରା ଶେଷ ହୋଇଛି | ଦୁଇଟି ପର୍ଯ୍ୟାୟରେ ବର୍ଷାଙ୍କୁ ୪ ଘଣ୍ଟା ଜେରା କରାଯାଇଥିବାବେଳେ ଆଜି ଜେରା ଶେଷ କରିବା ପାଇଁ ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ | ତେବେ ଆଜି ବର୍ଷାଙ୍କୁ ଜେରା ଶେଷ ପରେ ଅନୁଭବ ମହାନ୍ତି କହିଛନ୍ତି ଯେ ନ୍ୟାୟାଳୟ ଉପରେ ଭରସା ଅଛି ମୁଁ ଓ ମୋ ପରିବାର ନ୍ୟାୟ ପାଇବୁ | ନ୍ୟାୟାଳୟରେ ଯେ କେହି ମୋ ଭଳି ବିବାହ ବିଚ୍ଛେଦ ମାମଲା ଲଢ଼ୁଛି ଶୀଘ୍ର ସେମାନଙ୍କୁ ମୁକ୍ତି ମିଳୁ | ମୁଁ ବି ଚାହିଁବି ମୁଁ ଖୁସିରେ ରହିବି ଓ ମୋ ପ୍ରତିପକ୍ଷ ବି ତାଙ୍କ ପରବର୍ତ୍ତୀ ଜୀବନରେ ଭଲରେ ରୁହନ୍ତୁ | ଅସୁବିଧା ସମୟରେ ମୋ ଶୁଭେଛୁମାନେ ମୋ ସାଥ୍ ଦେଇଛନ୍ତି |ଜେରାବେଳେ ମୋ ଓକିଲ ବର୍ଷାଙ୍କୁ ପ୍ରସଙ୍ଗ ବାହାର ପ୍ରଶ୍ନ ପଚାରିବା କଥା ଠିକ୍ ନୁହେଁ | ମୋ ଓକିଲ ଯାହା ବର୍ଷାଙ୍କୁ ପଚାରିଛନ୍ତି ସବୁ କିଛି ମାମଲା ସମ୍ପର୍କିତ ବୋଲି ଅନୁଭବ କହିଛନ୍ତି | ଉଲ୍ଲେଖ ଥାଉ କି ଜୁଲାଇ ୧୩ ତାରିଖରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣି କରି ହାଇକୋର୍ଟ ସେମାନଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ୩ ମାସ ଭିତରେ ଶେଷ କରିବାକୁ କଟକ ପରିବାର ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ । ଜୁଲାଇ ୩୧ରେ ବର୍ଷାଙ୍କ ଜେରା ସଂପୂର୍ଣ୍ଣ ହେବାକୁ ନିର୍ଦ୍ଦେଶ ଦେଇଥିଲେ | ଏହାପରେ ଚାରି ସପ୍ତାହ ଭିତରେ ଉଭୟ ପକ୍ଷଙ୍କ ଯୁକ୍ତି ଉପସ୍ଥାପନ ଶେଷ ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *