ମୁଖ୍ୟ ଖବର

ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଆଜି ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ଅଚନ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ୍‌ ସୁରକ୍ଷାକର୍ମୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ଗଣମାଧ୍ୟମକୁ ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି ଯେ, ଆଜି ସକାଳେ ଅଚନ ଅଞ୍ଚଳର ବାସିନ୍ଦା ସଞ୍ଜୟ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ଥିଲେ। ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

କଶ୍ମୀର ଜୋନ୍‌ ପୁଲିସ କହିବା ଅନୁସାରେ, ସଞ୍ଜୟ ଶର୍ମା ନାମରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବେସାମରିକ ବ୍ୟକ୍ତିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଛନ୍ତି। ପୁଲ୍‌ୱାମା ଜିଲ୍ଲାର ଅଚନ ଅଞ୍ଚଳର ବାସିନ୍ଦା ଶର୍ମା ସ୍ଥାନୀୟ ବଜାରକୁ ଯାଉଥିଲେ।

ସଞ୍ଜୟ ଶର୍ମା‌ ହେଉଛନ୍ତି କାଶୀନାଥ ଶର୍ମାଙ୍କ ପୁତ୍ର ଏବଂ ସେ ଗତ ୪୦ ବର୍ଷ ହେବ ସୁରକ୍ଷା କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଥିଲେ।

ସଞ୍ଜୟଙ୍କ ଗାଁରେ ସଶସ୍ତ୍ର ସେନା ମୁତୟନ କରାଯିବା ସହିତ ଆକ୍ରମଣକାରୀଙ୍କୁ ଧରିବା ଲାଗି ସମ୍ପ୍ରତି ମସଗ୍ର ଅଞ୍ଚଳକୁ କର୍ଡନ୍‌ କରାଯାଇଛି।

Leave a Reply

Your email address will not be published. Required fields are marked *