ରାଜ୍ୟ

ଓଏଏସରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା


ନିମାପଡ଼ା : ଗତ ସୋମବାର ଦିନ ଓଏଏସ (ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏହି ପରୀକ୍ଷା ରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅରିଷଣ୍ଢ ପଞ୍ଚାୟତ ବିଜିପୁର ଗ୍ରାମ ର ଦେବୀ ପ୍ରସାଦ ମହାପାତ୍ର, ଧନୁଆଁ ପଞ୍ଚାୟତ ବଉଳପଦା ଗ୍ରାମ ର ପ୍ରକାଶ ପରିଡ଼ା,ଗୋପ ବ୍ଲକ ବନାଖଣ୍ଡି ପଞ୍ଚାୟତ ଖରିପଡିଆ ଗ୍ରାମ ର ସ୍ମୃତିଲିପି ସାହୁ, ଅସ୍ତରଙ୍ଗ ବ୍ଲକ ଅସ୍ତରଙ୍ଗ ଗ୍ରାମ ର ରାକେଶ କୁମାର ପରିଡ଼ା, କାକଟପୁର ବ୍ଲକ ବାଙ୍ଗୁରିଗାଁ ପଞ୍ଚାୟତ ତେନ୍ତୁଳିଆ ଗ୍ରାମ ର ଦୟାନିଧି ବେହେରା, ଅବଦାନ ପଞ୍ଚାୟତ ପଲାବସ୍ତ ଗ୍ରାମ ର ତୃଷ୍ଣା ସ୍ଵାଇଁ ପ୍ରମୁଖ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିବା

ପରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପରିବାର, ଶିକ୍ଷକ,ଶିକ୍ଷୟତ୍ରୀ ଶୁଭେଛୁ, ବୁଦ୍ଧିଜିବୀ ଓ ବିଭିନ୍ନ ରାଜନୈତିକ ବ୍ୟକ୍ତି ବିଶେଷ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପ୍ରଥମଥର ପାଇଁ ନିମାପଡ଼ା ସବ୍ ଡିଭିଜନ ଅଞ୍ଚଳ ରେ
ଏକାଧିକ ଛାତ୍ର ଛାତ୍ରୀ ଓ ଏ ଏସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ସମଗ୍ର ନିମାପଡ଼ା ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଛି।

Leave a Reply

Your email address will not be published. Required fields are marked *